କଶ୍ମୀର ଆମ ଆଭ୍ୟନ୍ତରୀଣ ମାମଲା, ପାକିସ୍ତାନ ଏଥିରେ ହସ୍ତକ୍ଷେପ କରିବା ବନ୍ଦ କରୁ : ଭାରତ

ନୂଆଦିଲ୍ଲୀ : ବାସ୍ତବତାକୁ ପାକିସ୍ତାନ ଗ୍ରହଣ କରୁ ଓ ଅନ୍ୟ ଦେଶରେ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ କରୁ ବୋଲି ଭାରତ କହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ଭାରତର ଏକ ଆଭ୍ୟନ୍ତରୀଣ ମାମଲା, ଏଥିରେ କୌଣସି ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପକୁ ଗ୍ରହଣ କରାଯିବ ନାହିଁ । ଭାରତର ଏହି ଆଭିମୁଖ୍ୟକୁ ମିଳିତ ଜାତିସଂଘ ମଧ୍ୟ ଗ୍ରହଣ କରିଛି ।

ସେ କହିଛନ୍ତି ଯେ ପାକିସ୍ତାନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡ଼ିକ ଏକପାଖିଆ, ଏଥିପାଇଁ ଭାରତ ସହ ପରାମର୍ଶ କରାଯାଇନାହିଁ । ପାକିସ୍ତାନ ନିଜ ପଦକ୍ଷେପର ପୁନର୍ବିଚାର କରୁବୋଲି ସେ କହିଛନ୍ତି । ଦ୍ୱିପାକ୍ଷିକ ସଂପର୍କ ଖରାପ ହୋଇଛି ବୋଲି ଦେଖାଇବାକୁ ପାକିସ୍ତାନ ଏସବୁ ପଦକ୍ଷେପ ଗ୍ରହଣ କରିଛି । ଜମ୍ମୁ ଓ କାଶ୍ମୀରରେ ଆସୁଥିବା ସ୍ୱାଭାବିକ ଅବସ୍ଥା ପାକିସ୍ତାନକୁ ବିଚଳିତ କରୁଛି । ଏଥିପାଇଁ ଏକ ମିଥ୍ୟା ପ୍ରଚାର ଚଳାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର