ଆମେରିକାର ଡ୍ରୋନ୍‌ ବିକ୍ରିକୁ ପାକିସ୍ତାନର ବିରୋଧ

ଇସଲାମାବାଦ: ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ଲଢ଼ୁଆ ଡ୍ରୋନ୍‌ ରପ୍ତାନି କରିବା ଲାଗି ବିଚାର କରୁଛି ବୋଲି ନିକଟରେ ଘୋଷଣା କରିବା ପରେ ପାକିସ୍ତାନ ଏଥିପାଇଁ ଆପତ୍ତି ଉଠାଇଛି। ଏହାଦ୍ୱାରା ଭାରତ ଦୁଃସାହସିିକ ସାମରିକ ପଦକ୍ଷେପ ଆପଣେଇବ ବୋଲି ପାକିସ୍ତାନ ଆଶଙ୍କା ପ୍ରକଟ କରିବା ସହ ଉଭୟ ଦେଶ ମଧ୍ୟରେ ଅଯଥାରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବ ବୋଲି କହିଛି। କୌଣସି ଅନ୍ତର୍ଜାତିକ ଅସ୍ତ୍ରଶସ୍ତ୍ର ପ୍ରଦାନ ବେଳେ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ଦିଗରେ ବିଚାର କରିବାକୁ ପାକିସ୍ତାନ ଗୁରୁତ୍ୱ ଦେଇ ଆସୁଛି ବୋଲି ପାକ୍‌ ବୈଦେଶିକ ମନ୍ତ୍ରାଳୟର ନଫିଜ୍‌ ଜାକାରିଆ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ, ବିଶେଷ କରି ଉଭୟ ଦେଶ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଛାଡୁଥିବା ଦାୟିତ୍ୱହୀନ ବାକ୍ୟବାଣ ଯୋଗୁଁ ସ୍ଥିତି ବିଗିଡ଼ି ଯାଇଥିବା ବେଳେ ଏଭଳି ଲଢ଼ୁଆ ଡ୍ରୋନ୍‌ର ବ୍ୟବହାର ଆହୁରି ଉତ୍ତେଜନା ସୃଷ୍ଟି କରିବ ବୋଲି ଜାକାରିଆ କହିଛନ୍ତି।

ସମ୍ବନ୍ଧିତ ଖବର