ସିଏବିକୁ ପାକିସ୍ତାନର ବିରୋଧ, ‘ଭାରତ ପଡ଼ୋଶୀ ରାଷ୍ଟ୍ରରେ ହସ୍ତକ୍ଷେପ ଉଦ୍ୟମ କରୁଛି’

ଇସଲାମାବାଦ୍‌: ସିଏବି (ନାଗରିକତା ସଂଶୋଧନ ବିଲ୍‌)କୁ ପାକିସ୍ତାନ ଭେଦଭାବପୂର୍ଣ୍ଣ ବୋଲି କହିଛି। ବିଲ୍‌କୁ ବିରୋଧ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ଏହି ବିଲ୍‌ ଦ୍ବାରା ଭାରତ ଧର୍ମ ଆଧାରରେ ପଡ଼ୋଶୀ ରାଷ୍ଟ୍ରର ବ୍ୟାପାରରେ ହସ୍ତକ୍ଷେପ ପାଇଁ ମନ୍ଦ ଉଦ୍ଦେଶ୍ୟ ରଖିଛି। ଲୋକସଭାରେ ଗତ ରାତିରେ ଏହି ବିଲ୍‌ ଗୃହୀତ ହୋଇଛି। ବିଲ୍‌ ଦ୍ବାରା ପାକିସ୍ତାନ, ବାଂଲା‌ଦେଶ, ଆଫଗାନିସ୍ତାନରୁ ଆସିଥିବା ଅଣ ମୁସଲିମ୍‌ମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ। ତେବେ ପାକିସ୍ତାନ ଏହାକୁ ବିରୋଧ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଦ୍ବାରା ମଧ୍ୟ ଏକ ବିବୃତି ଜାରି କରି କୁହାଯାଇଛି ଯେ ପାକିସ୍ତାନ ଏହି ବିଧେୟକକୁ ବିରୋଧ କରୁଛି । ଏହି ବିଲ୍‌ ଭେଦଭାବପୂର୍ଣ୍ଣ। ଏହା ସମସ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଆଦର୍ଶର ଉଲ୍ଳଂଘନ କରୁଛି। ଏହାଦ୍ବାରା ଭାରତ ପଡ଼ୋଶୀ ରାଷ୍ଟ୍ରରେ ସିଧାସଳଖ ହସ୍ତକ୍ଷେପ କରିବ ବୋଲି ପାକିସ୍ତାନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହି ଆଇନ ମିଥ୍ୟା ଉପରେ ଆଧାରିତ ଏବଂ ଏହା ମାନବାଧିକାର ମଧ୍ୟ ଉଲ୍ଲଂଘନ କରୁଛି ବୋଲି ପାକିସ୍ତାନ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି ଯେ ନାଗରିକତା ବିଲ୍‌ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ସମସ୍ତ ନିୟମ ଏବଂ ପାକିସ୍ତାନ ସହ ଦ୍ବିପାକ୍ଷିକ ଚୁକ୍ତିର ଉଲ୍ଲଂଘନ କରୁଥିବାରୁ ଆମେ ଏହାର ବିରୋଧ ଜାରି ରଖିବୁ। ଅନ୍ତର୍ଜାତୀୟ ସମୁଦାୟ ଏଥିରେ ହସ୍ତକ୍ଷେପ କରିବାକୁ ମଧ୍ୟ ସେ ଆହ୍ବାନ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର