ଆଜ୍‌ମେର୍‌ ତୀର୍ଥଯାତ୍ରୀଙ୍କ ଭିସା ଅଗ୍ରାହ୍ୟ ହେବାରୁ ପାକିସ୍ତାନର ପ୍ରତିବାଦ

ଇସ୍‌ଲାମାବାଦ: ଆଜ୍‌ମେର୍‌ ଶରିଫ୍‌ ପରିଦର୍ଶନରେ ଇଚ୍ଛୁକ ୫୦୦ ତୀର୍ଥଯାତ୍ରୀଙ୍କୁ ଭିସା ଦେବାକୁ ମନା କରାଯିବାରୁ ସୋମବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇଛି। ଭାରତ କହିଛି ଯେ ବର୍ତ୍ତମାନ ପରିସ୍ଥିତିରେ ନିରାପତ୍ତା କ୍ଲିଅରାନ୍‌ସ୍‌ ନ ଥିବା କାରଣରୁ ଏ ଭଳି ନିଷ୍ପତ୍ତି ନିଆଯାଇଛି।

ଜଣେ ଅଧିକାରୀ କହିଛନ୍ତି, ଭିସା ଅଗ୍ରାହ୍ୟ କରାଯାଇ ନାହିଁ, ସ୍ଥଗିତ ରଖା ଯାଇଛି। ଏ ଭଳି ଗସ୍ତକୁ କିଛି ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଅନୁମତି ମଳିଥାଏ। ଅତୀତରେ ମଧ୍ୟ ଏଥିପାଇଁ ଅନେକ ଥର ଅନୁମତି ମିଳିନାହିଁ।

ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ୨୦୧୮ ମସିହା ମାର୍ଚ ୧୯ ରୁ ୨୯ ଯାଏଁ ଆଜ୍‌ମେର୍‌ ସରିଫ ଠାରେ ହଜ୍‌ରତ୍‌ ଖ୍ଵାଜା ମୋଇନୁଦ୍ଦିନ୍‌ ଚିସ୍ତିଙ୍କ ଉର୍ସରେ ଅଂଶଗ୍ରହଣ କରିବାକୁ ୫୦୩ ଜଣ ପାକିସ୍ତାନୀ ତୀର୍ଥଯାତ୍ରୀଙ୍କୁ ଭାରତ ଭିସା ନ ଦେବା ବିଷୟକୁ ପାକିସ୍ତାନ ଗଭୀର ହତାଶାର ସହ ଗ୍ରହଣ କରୁଛି।

ଦୂତାବାସ କର୍ମଚାରୀଙ୍କୁ ହଇରାଣ କରିବା ଏବଂ ଜମ୍ମୁ ଓ କଶ୍ମୀରର ସାଧାରଣ ନାଗରିକମାନେ ବସବାସ କରୁଥିବା ଅଞ୍ଚଳରେ ପାକିସ୍ତାନୀ ସେନା ଗୋଳା ଫିଙ୍ଗିବା ଯୋଗୁଁ ଭାରତ ଏ ଭଳି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର