ଆତଙ୍କବାଦକୁ ପାଣ୍ଠି ଯୋଗାଣ ନିୟନ୍ତ୍ରଣ ନ କରି ପାରିବାରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କଲା ଏଫ୍‌ଟିଏଫ୍‌

ନୂଆଦିଲ୍ଲୀ: ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ଆର୍ଥିକ ଦୁର୍ନୀତି ପ୍ରତିରୋଧ ପାଇଁ ଥିବା ଅନୁଷ୍ଠାନ ‘ଏଫ୍‌ଏଟିଏଫ୍‌’ର ଏସିଆ-ପେସିଫିକ୍‌ ଗ୍ରୁପ୍‌ ପାକିସ୍ତାନକୁ ‘ଏନ୍‌ହାନ୍‌ସ୍‌ ଏକ୍ସପିଡିଏଟ୍‌ ଫଲୋ ଅପ୍‌ ଲିଷ୍ଟ୍‍’ ବା ‘କଳାତାଲିକା’ଭୁକ୍ତ କରିଛି। ମାନକ ରକ୍ଷା କରିବାରେ ପାକିସ୍ତାନ ବିଫଳ ହୋଇଥିବାରୁ କଳାତାଲିକାଭୁକ୍ତ କରାଯାଇଛି ବୋଲି ଶୁକ୍ରବାର ଦିନ ଏହାର ଅଧିକାରୀମାନେ କହିଛନ୍ତି।

‘ଫାଇନ୍‌ସିଆଲ୍‌ ଆକ୍‌ସନ୍‌ ଟାସ୍କ୍‌ ଫୋର୍ସ’ର (ଏଫ୍‌ଏଟିଏଫ୍‌) ଏସିଆ ପେସିଫିକ୍‌ ଗ୍ରୁପ୍‌ (ଏପିଜି) ଜାଣିବାକୁ ପାଇଛି ଯେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଏବଂ ଆର୍ଥିକ ଦୁର୍ନୀତିର ୪୦ଟି ମାନକରୁ ପାକିସ୍ତାନ ୩୨ଟି ରକ୍ଷା କରିପାରି ନାହିଁ।

Image Source: Hindustan Times

ଫରାସୀ ଭାଷାରେ ‘ଗ୍ରୁପ୍‌ ଡି’ଆକ୍‌ସନ୍‌ ଫିନାସିଏର୍‌’ ଭାବେ ଜଣା ‘ଏଫ୍‌ଏଟିଏଫ୍‌’ର ‘ଏପିଜି’ ବୈଠକ ଅଷ୍ଟ୍ରେଲିଆର କାନ୍‌ବେରାରେ ଅନୁଷ୍ଠିତ ହୋଇଥିଲା, ଏବଂ ଦୁଇ ଦିନ ଧରି ସାତ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ଆଲୋଚନା କରାଯାଇଥିଲା।

ଜୁନ୍‌ ମାସରେ ‘ଏଫ୍‌ଏଟିଏଫ୍‌’ର ବୈଠକରେ ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା କି, ଯଦି ସେ ଆତଙ୍କବାଦକୁ ପାଣ୍ଠି ଯୋଗାଣକୁ ନିୟନ୍ତ୍ରଣ କରି ନ ପାରେ, ତାକୁ କଳାତାଲିକାଭୁକ୍ତ କରାଯିବ।

ସମ୍ବନ୍ଧିତ ଖବର