ଇସ୍ଲାମାବାଦ: ଅନେକ ଥର ଓଲଟା-ପାଲଟା ବୟାନ ଦେଇ ଚର୍ଚ୍ଚାରେ ରହିଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଭାରତ ନାମ ନନେଇ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏହାପୂର୍ବରୁ ଶେଖ ରସିଦ ଅକ୍ଟୋବରରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି କହିଥିଲେ। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।
/sambad/media/post_attachments/wp-content/uploads/2019/10/download-6-2-300x156.jpg)
ତେବେ ଗତକାଲି ହୋଇଥିବା ସମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ କହିଛନ୍ତି, ଏଥର ଏମିତି ଯୁଦ୍ଧ ହେବ ନାହିଁ ଯାହାକି ୪ରୁ୬ଦିନ ପର୍ଯ୍ୟନ୍ତ ଧରି ଚାଲିବ। ବିମାନ ଆକ୍ରମଣ କିମ୍ବା ନୌସେନା ଦ୍ୱାରା ମଧ୍ୟ ଗୁଳି କରାଯିବ ନାହିଁ। ସିଧାସଳଖ ତୋପ ଚାଲିବ ଓ ପରମାଣୁ ଆକ୍ରମଣ ହେବ ବୋଲି ଧମକ ଦେଇଛନ୍ତି ରସିଦ ।
/sambad/media/post_attachments/wp-content/uploads/2019/10/Rashid1566987704481-300x249.jpg)
ଶେଖ୍ ରସିଦ ଏହା ପୂର୍ବରୁ ବି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇ ସାରିଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ଭାରତକୁ ଧମକ ଦେଇ କହିଥିଲେ, ପାକିସ୍ତାନ ପାଖରେ ୧୨୫ ଗ୍ରାମ ଓ ୨୫୦ ଗ୍ରାମ ପରମାଣୁ ବୋମା ରହିଛି। ଯାହାକି ଏକ ସ୍ୱତନ୍ତ୍ର ଲକ୍ଷ୍ୟକୁ ସୁନିଶ୍ଚିତ ଭେଦ କରି ପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Pakistani_Railways_Minister_Sheikh_Rasheed_Ahmad.jpg)