ଦାଉଦ୍‌ ଇବ୍ରାହିମ୍‌ର ନିବାସ ଓ ସୁରକ୍ଷା ଟିମ୍‌କୁ ପରିଚାଳନା କରୁଛି ପାକିସ୍ତାନ ରେଞ୍ଜର୍ସ: ଫାରୁକ୍‌ ତକ୍‌ଲା

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କୁ ଓ ଡି-କମ୍ପାନିକୁ ପାକିସ୍ତାନ ଆଶ୍ରୟ ଦେଉଛି ବୋଲି ଭାରତ ବାରମ୍ବାର ଅଭିଯୋଗ ଆଣୁଥିବା ବେଳେ ଦିଲ୍ଲୀ ବିମାନ ବନ୍ଦରରୁ ଗତ ସପ୍ତାହରେ ଗିରଫ ହୋଇଥିବା ଦାଉଦ୍‌ ଇବ୍ରାହିମ୍‌ର ଘନିଷ୍ଠ ସହଯୋଗୀ ଫାରୁକ୍‌ ତକ୍‌ଲା ଏହା ସତ ବୋଲି କହିଛି। ତକ୍‌ଲା ଏକ ଜାତୀୟ ତଦନ୍ତକାରୀ ସଂସ୍ଥାକୁ କହିଛି, ଦାଉଦ୍‌ ଇବ୍ରାହିମ୍‌ଙ୍କ ଘର ଓ ସୁରକ୍ଷା ଟିମ୍‌କୁ ପାକିସ୍ତାନ ରେଞ୍ଜର୍ସ ପରିଚାଳନା କରୁଛି।

ବିଶେଷ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଦାଉଦ୍‌ ଇବ୍ରାହିମ୍‌ ଓ ତା’ର ପରିବାର କରାଚୀର କ୍ଲିଫଟନ୍‌ ଅଞ୍ଚଳରେ ଥିବା ଏକ ଡାକବଙ୍ଗଳା ଭିତରେ ସୁରକ୍ଷିତ ଭାବରେ ରହୁଛନ୍ତି। ଏହାକୁ ସୁରକ୍ଷା ଯୋଗାଉଛି ପାକିସ୍ତାନ ରେଞ୍ଜର୍ସ।

ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ କୌଣସି ପ୍ରକାରରେ ଭାରତରୁ ଖସିଯାଇ ପାକିସ୍ତାନରେ ପହଞ୍ଚି ଥିଲା। ପାକିସ୍ତାନକୁ ନେଇ ଭାରତ ସରକାର ଅନ୍ତର୍ଜାତୀୟ ଚାପର ଶିକାର ହେବା ଓ ପାକିସ୍ତାନକୁ ଅନ୍ୟ ଦେଶରୁ ଭିଭିଆଇପି ଆସୁଥିବା ବେଳେ ଇବ୍ରାହିମ୍‌ ଓ ତା’ର ପରିବାର ପାଇଁ ପାକିସ୍ତାନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।
-ଫାରୁକ୍‌ ତକ୍‌ଲା, ଦାଉଦ୍‌ର ଘନିଷ୍ଠ ସହଯୋଗୀ

୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ କୌଣସି ପ୍ରକାରରେ ଭାରତରୁ ଖସିଯାଇ ପାକିସ୍ତାନରେ ପହଞ୍ଚି ଥିଲା। ପାକିସ୍ତାନକୁ ନେଇ ଭାରତ ସରକାର ଅନ୍ତର୍ଜାତୀୟ ଚାପର ଶିକାର ହେବା ଓ ପାକିସ୍ତାନକୁ ଅନ୍ୟ ଦେଶରୁ ଭିଭିଆଇପି ଆସୁଥିବା ବେଳେ ଇବ୍ରାହିମ୍‌ ଓ ତା’ର ପରିବାର ପାଇଁ ପାକିସ୍ତାନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।

‘ଆନ୍ଦା ଗ୍ରୁପ ଅଫ୍‌ ଆଇସ୍‌ଲାଣ୍ଡ’ରେ ଦାଉଦ୍‌ର ସୁରକ୍ଷିତ ଘର ଅଛି, ଯାହାକୁ କି ଏକ ରଣନୀତି କୌଶଳରେ ନିର୍ମାଣ କରାଯାଇଛି। ସେହି ଅଞ୍ଚଳକୁ ଦାଉଦ୍‌ ଓ ତା’ର ପରିବାର ସଦସ୍ୟ ବ୍ୟତୀତ ଆଉ କାହାରିକୁ ପ୍ରବେଶ ଦିଆଯାଇ ନଥାଏ ବୋଲି ଫାରୁକ୍‌ କହିଛି। ଦାଉଦ୍‌ଙ୍କ ସହିତ ପାକିସ୍ତାନୀ ଅଧିକାରୀଙ୍କ ସମ୍ପର୍କ ରହିଛି। ପାକିସ୍ତାନ ରେଞ୍ଜର୍ସ ଦ୍ୱାରା ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ପାକିସ୍ତାନ ତଟରକ୍ଷୀବାହିନୀ ଏହି ଅଞ୍ଚଳରେ ପେଟ୍ରୋଲିଂ କରିଥାଏ। ଦାଉଦ୍‌ ଇବ୍ରାହିମ୍‌ ଯେତେବେଳେ ଦୁବାଇ ଯିବାଆସିବା କରେ ସେହି ସମୟରେ ମଧ୍ୟ ତଟରକ୍ଷୀବାହିନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ।

ତକ୍‌ଲା କହିଛି, ମାତ୍ର ୬ଘଣ୍ଟା ମଧ୍ୟରେ ସୁରକ୍ଷିତ ଭାବରେ ପାକିସ୍ତାନରୁ ଦୁବାଇ ଯିବାକୁ ପାକିସ୍ତାନ ଦାଉଦ୍‌କୁ ସହଯୋଗ କରିଥାଏ। ସେ କେବଳ ଦାଉଦ୍‌କୁ ଆଣିବାକୁ ଯାଇଥାଏ ତାହା ନୁହେଁ, ବରଂ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ମଧ୍ୟ ନେଇ କରି ଯାଇଥାଏ। ୨୦୦୨ରୁ ୨୦୦୫ ମଧ୍ୟରେ ଦାଉଦ୍‌ ପାକିସ୍ତାନର ଏକ ସ୍ଥାନୀୟ ଆତଙ୍କବାଦୀ ଗୋଷ୍ଠୀ ଓ ଛୋଟା ରାଜନ ଗୋଷ୍ଠୀ ଦ୍ୱାରା ଧମକ ପାଇଥିଲା

ସମ୍ବନ୍ଧିତ ଖବର