ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା

ସୁରକ୍ଷିତ ରହିବା ଆମକୁ ଜଣାଅଛି: ଆରିଫ୍ ଆଲଭି, ରାଷ୍ଟ୍ରପତି, ପାକିସ୍ତାନ
ଆମ ସେନାବାହିନୀ ଦ୍ବାରା ଆମେ ସୁରକ୍ଷିତ ଏବଂ ଆମେ କିଭଳି ସୁରକ୍ଷିତ ରହିବୁ ତାହା ଆମଜୁ ଜଣାଅଛି। କୌଣସି ଦେଶ ପାଇଁ ଆମର ଖରାପ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଆମେ କିଭଳି ଆମକୁ ପ୍ରତିରକ୍ଷା ଦେବୁ ତାହା ଭଲଭାବେ ଜଣାଅଛି।
କାପୁରୁଷ କୌଶଳ ସଫଳ ହେବାକୁ ଦେବୁନାହିଁ: ପରଭେଜ୍ ଖଟାକ୍, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ
ଭାରତ ଦ୍ବାରା ନିୟନ୍ତ୍ରଣ ରେଖା ଉଲ୍ଲଂଘନ ଗ୍ରହଣଯୋଗ୍ୟ ନୁହେଁ। ପାକିସ୍ତାନର ସେନା ଏବଂ ଜନସାଧାରଣ ଦେଶକୁ ସୁରକ୍ଷା ଦେବାର ଅଧିକାର ସବୁବେଳେ ରଖିଛି। ଶତ୍ରୁର କାପୁରୁଷ କୌଶଳକୁ ଆମେ କଦାପି ସଫଳ ହେବାକୁ ଦେବୁନାହିଁ ଏବଂ ଆମ ପ୍ରତି ହୋଇଥିବା ଅପମାନର ବଦ୍‌ଲା ନେବୁ।
ମୋଦୀ ଭାରତୀୟ ନାଗରିକଙ୍କୁ ବିପଦ ମୁହଁକୁ ଠେଲିଛନ୍ତି: ଅସଦ୍ ଉମର, ପାକିସ୍ତାନ ଅର୍ଥମନ୍ତ୍ରୀ
ଭାରତକୁ ଏହାର ଜବାବ ଦିଆଯିବ। ତେବେ କେଉଁ ସମୟରେ ଏବଂ କିଭଳି ଭାବେ ଏହି ଜବାବ ଦିଆଯିବ ତାହା ପାକିସ୍ତାନ ସ୍ଥିର କରିବ। ଭାରତର ନାଗରିକ ନିଶ୍ଚିତ ବୁଝିବା ଉଚିତ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୈତିକ ଲାଭ ପାଇଁ ଭାରତର ନାଗରିକମାନଙ୍କୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ଏହି ସଂଘର୍ଷରେ ଭାରତ ଜିତି ପାରିବ ନାହିଁ।
ଦିଲ୍ଲୀରେ ପାକିସ୍ତାନ ପତାକା ଉଡ଼ାଇବୁ: ଶାହବାଜ ସରିଫ, ବିରୋଧୀ ଦଳ ନେତା
ଯଦି ଭାରତ ଯୁଦ୍ଧ ଆରମ୍ଭ କରେ ନୂଆଦିଲ୍ଲୀରେ ପାକିସ୍ତାନର ପତାକା ଉଡ଼ିବ। ଗରିବ ଲୋକଙ୍କ ପାଦ ଧୋଇବା ପରିବର୍ତ୍ତେ ନରେନ୍ଦ୍ର ମୋଦୀ ଅଞ୍ଚଳକୁ ଯୁଦ୍ଧ ମୁହଁକୁ ନଠେଲିବା ଭଳି ବଡ଼ କାର୍ଯ୍ୟ କରିବା ଉଚିତ। କିନ୍ତୁ ଭାରତ ଏବେ ବଡ଼ ଉତ୍ତେଜନା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର