ନୂଆଦିଲ୍ଳୀ: ପବ୍‌ଜୀ ପାର୍ଟନର୍‌ ସଚିନଙ୍କ ପ୍ରେମ ପାଇବା ପାଇଁ ପାକିସ୍ତାନରୁ ଭାରତ ପର୍ଯ୍ୟନ୍ତ ବେଆଇନ ଭାବେ ସୀମା ଅତିକ୍ରମ କରିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ ରହିଛି। ତେବେ ସୀମା ପାକିସ୍ତାନରୁ ପଳାଇ ଆସିବା ପରେ ପାକିସ୍ତାନରେ ଏବେ ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି। ଭାରତକୁ ଯାଇ ସୀମା ପାକିସ୍ତାନର ମୁଣ୍ଡ ତଳକୁ କରି ଦେଇଛନ୍ତି ବୋଲି କହି ପାକସ୍ତାନୀମାନେ ତାଙ୍କୁ ନିନ୍ଦା କରିଛନ୍ତି। ଏପରିକି ପାକିସ୍ତାନର କିଛି ଡକାୟତ ଧମକ ଦେଇ ‘ସୀମାଙ୍କୁ ପାକିସ୍ତାନ ପଠାଇ ଦିଅ ନହେଲେ ପରିସ୍ଥିତି ଭୋଗିବାକୁ ପଡ଼ିବ’ ବୋଲି କହିଛନ୍ତି।

Advertisment

ସୀମା ବେନିୟମ୍ ଭାବେ ସୀମା ଲଂଘିଥିବାରୁ ତାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ପରେ ପୁଣି ତାଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ପାକିସ୍ତାନର ବାସନ୍ଦାମାନେ ସୀମାଙ୍କର ଗଙ୍ଗାରେ ଗାଧୋଇବା ଓ ହିନ୍ଦୁ ଧର୍ମକୁ ଆପଣେଇବା ଉପରେ ଆପତ୍ତି ଜାହିର କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ସେ ଭାରତ ସମ୍ମୁଖରେ ନିଜ ଦେଶର ନାକ କାଟି ଦେଇଛନ୍ତି।

ତେବେ ସୀମାଙ୍କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଭିନ୍ନ ଭିନ୍ନ କଥ‌ା ଉଠୁଛି। କେହି କେହି କହୁଛନ୍ତି ସୀମାଙ୍କ କଥା କହିବା ଶୈଳୀରୁ ଲାଗୁଛି ସେ ପାକିସ୍ତାନୀ ନୁହଁନ୍ତି, ଭାରତୀୟ। ତାଙ୍କୁ କେହି ଡ୍ରାମ‌ା କୁଇନ୍‌ କହୁଛନ୍ତି ତ ପୁଣି କି କହୁଛନ୍ତି, ‘ଯିଏ ନିଜ ଦେଶର ହେଲାନି ସେ ଭାରତର କ’ଣ ହେବ?’

ଉଲ୍ଲେଖଯୋଗ୍ୟ, ଜୁଲାଇ ୪ ତାରିଖରେ ପବ୍‌ଜୀ ପାର୍ଟନର୍‌ ସଚିନଙ୍କ ସହ ସୀମା ହାଇଦରଙ୍କୁ ଗିରଫ କରା ଯାଇଥିବା ବେଳେ ୬ ତାରିଖରେ ଗ୍ରେଟର ନୋଏଡା କୋର୍ଟ ଉଭୟଙ୍କୁ ମୁକ୍ତ କରିଥିଲେ। ସୀମା ବର୍ତ୍ତମାନ ଭାରତରେ ରହିବାକୁ ଚାହୁଁଛନ୍ତି। ସୀମା ଦାବି କରିଛନ୍ତି ଯେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ପ୍ରତିଦିନ ତୁଳସୀ ପୂଜା କରି ନିଜର ଦିନ ଆରମ୍ଭ କରୁଛନ୍ତି।