ମୋଦୀଙ୍କ ବିମାନକୁ ମଧ୍ୟ ଅନୁମତି ଦେଲାନି ପାକିସ୍ତାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପାଇଁ ପାକିସ୍ତାନ ବାୟୁସୀମା ବ୍ୟବହାର କରିବାକୁ ଅନୁମତି ଲୋଡ଼ାଯାଇଥିଲା। ତେବେ ପାକିସ୍ତାନ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ନିଜ ବାୟୁସୀମା ବ୍ୟବହାର କରିବାକୁ ଦେବନାହିଁ ବୋଲି ଘୋଷଣା କରିଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶି କହିଛନ୍ତି ବର୍ତ୍ତମାନର ସ୍ଥିତିରେ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଆମ ବାୟୁସୀମା ବ୍ୟବହାର କରିବାକୁ ଦେବୁନାହିଁ। ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ଉଡ଼ାଣ ପାଇଁ ପାକିସ୍ତାନ ଅନୁମତି ଦେଇନଥିଲା ଏବଂ ଏଥିପାଇଁ ଭାରତ ବିକଳ୍ପ ରାସ୍ତା ଆପଣାଇଥିଲା।

ସମ୍ବନ୍ଧିତ ଖବର