ଇସଲାମାବାଦ : ପାକିସ୍ତାନ ସରକାର ୨ ଜଣ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରି ମଙ୍ଗଳବାର ଅଟାରି-ୱାଘା ସୀମା ଦେଇ ଭାରତକୁ ପଠାଇ ଦେଇଛନ୍ତି। ପାକିସ୍ତାନର ଜେଲଗୁଡ଼ିକରେ ଆଉ ପ୍ରାୟ ୭୦୦ ଭାରତୀୟ ଦଣ୍ଡଭୋଗ କରୁଛନ୍ତି।
ପ୍ରୋଟୋକଲ ଅଫିସର ଅରୁଣ ପାଲଙ୍କ କହିବା ଅନୁସାରେ ମୁକ୍ତ ହୋଇଥିବା ଦୁଇ ଭାରତୀୟଙ୍କ ମଧ୍ୟରୁ ଜଣଙ୍କ ନାମ ରାଜୁ ଓ ଅନ୍ୟ ଜଣକ ହେଉଛନ୍ତି ଗେମ୍ବ୍ରା ରାମ। ରାଜୁ ୫ ବର୍ଷ ତଳେ ଭୁଲ୍କ୍ରମେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲା। ଗେମ୍ବ୍ରା ରାମଙ୍କ କହିବା ଅନୁସାରେ ଗୋଟିଏ ଝିଅକୁ ଖୋଜୁଖୋଜୁ ସେ ଅଢ଼େଇ ବର୍ଷ ତଳେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲା। ଛଅମାସ ତାଙ୍କୁ ନିର୍ଯାତନା ଦିଆଗଲା ଏବଂ ତା’ପରେ ତାଙ୍କୁ ଆଉ ଏକ ଜେଲକୁ ପଠାଇ ଦିଆଗଲା, ଯେଉଁଠି ସେ ୨ ବର୍ଷ କଟାଇବା ପରେ ସୌଭାଗ୍ୟକ୍ରମେ ମୁକ୍ତି ପାଇଛନ୍ତି।
ଆହୁରି ୭୦୦ ଭାରତୀୟ ପାକିସ୍ତାନ ଜେଲଗୁଡ଼ିକରେ ଅଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥା ଓ ନିର୍ଯାତନା ଯୋଗୁ ଅଧିକାଂଶ ପାଗଳ ହୋଇଗଲେଣି। ଭାରତ ସରକାର ସେମାନଙ୍କ ଉଦ୍ଧାର ପାଇଁ କିଛି କରିବାକୁ ସେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/jail.jpg)