ଲଣ୍ଡନ: ପାକିସ୍ତାନ ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳା ପାଲଟିଛି। ଏହି ଠାରେ ଲସ୍କର ଇ ତୋଇବା ଠାରୁ ଆରମ୍ଭ କରି ବହୁ ଆତଙ୍କବାଦୀ ସଙ୍ଗଠନ ସୁରକ୍ଷିତ ଭାବେ ସେକମାନଙ୍କ କାର୍ଯ୍ୟ ଚଳାଉଛନ୍ତି। ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ମାନବ ସମାଜ ପାଇଁ ସିରିଆ ଠାରୁ ୩ ଗୁଣ ବିପଦଜ୍ଜନକ ବୋଲି ଅକ୍ସଫୋର୍ଡ ୟୁନିଭରସିଟିର ଷ୍ଟ୍ରଟେଜିକ ଫୋରସାଇଟ୍ ଗ୍ରୁପ( ଏଏଫଜି) ପକ୍ଷରୁ ପ୍ରସ୍ତୁତ ‘ହୁମାନିଟି ଆଟ ରିସ୍କ- ଗ୍ଲୋବାଲ ଟେରର ଥ୍ରେଟ୍ ଇଣ୍ଡିିକାଣ୍ଟ(ଜିିଟିଟିଆଇ)’ ଶୀଷକ ଏକ ସର୍ଭେରେ କୁହାଯାଇଛି।
ଜିିଟିଟିଆଇ ଅନୁଯାୟୀ, ଆଫଗାନ ତାଲିବାନ ଓ ଲସ୍କର ଇ ତୋଇବା ଆତଙ୍କବାଦୀ ସଙ୍ଗଠନ ଆର୍ନ୍ତଜାତିକ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବିପଦ। ଆଉ ସମଗ୍ର ବିଶ୍ୱରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହିତ, ଆଶ୍ରୟ ଓ ଆର୍ଥିକ ସହାୟତା ଦେବାରେ ସବୁଠାରୁ ଆଗରେ ରହିଛି ବୋଲି ଜିିଟିଟିଆଇ ରିପୋର୍ଟରେ କୁହାଯାଇଛିି। ବିଶ୍ୱର ସବୁଠାରୁ ଅଧିକ ଆତଙ୍କବାଦୀ ସଙ୍ଗଠନକୁ ପାକିସ୍ତାନ ସହାୟତା କରୁଛି। ଯଦିଓ ଆଫଗାନିସ୍ତାନରେ ମଧ୍ୟ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ମାତ୍ର ଏହାକୁ ମଧ୍ୟ ସୀମା ଆରପଟୁ ପାକିସ୍ତାନ ନିୟନ୍ତ୍ରଣ କରୁଛି। ୮୦ ପୃଷ୍ଠାର ଏହି ରିପୋର୍ଟରେ ଆଗାମୀ ଦିନରେ ସାମୁହିକଭାବେ କ୍ଷତି ପହଞ୍ଚାଉଥିବା ଆସ୍ତ୍ରଶସ୍ତ୍ର ଦୂରୁପଯୋଗ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଆତଙ୍କବାଦ ସହିତ ମାନବ ସମାଜର ସମ୍ପର୍କ କିପରି ବିକାଶ ପ୍ରକ୍ରିୟାକୁ ବାଧା ଦେଉଛି ତାହା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସମଗ୍ର ପୃଥିିବୀରେ ସକ୍ରୀୟ ଥବା ୨ଶହ ଆତଙ୍କବାଦୀ ସଙ୍ଗଠନକୁ ବିଚାରକୁ ନେଇ ଜିିଟିଟିଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି।
ଗତକାଲି ଆଫଗାନିସ୍ତାନର ଉପ ପ୍ରତିରକ୍ଷା ମନ୍ତ୍ରୀ ହିଲାଲୁଦ୍ଦିନ ହେଲାଲ ବେଇଜିଂ ଜିଆଙ୍ଗସାନ ପ୍ରତିରକ୍ଷା ବୈଠକରେ କହିଥିଲେ ଯେ ୨୧ଟି ଆତଙ୍କବାଦୀ ସଙ୍ଗଠନର ୫୦ ହଜାର ଆତଙ୍କବାଦୀ ଆଫଗାନସ୍ତାନରେ କାର୍ଯ୍ୟ କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ହେଉଛନ୍ତି ପାକିସ୍ତାନୀ।
‘ମାନବସମାଜ ପାଇଁ ସିରିଆ ଠାରୁ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାକିସ୍ଥାନ ତିନିଗୁଣା ବିପଦଜ୍ଜନକ’
/sambad/media/post_attachments/wp-content/uploads/2018/10/terrorist-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)