ଯଦି ଭାରତୀୟ ସାମ୍ବାଦିକମାନେ ବାଲାକୋଟ୍‌କୁ ଯାଇ ପ୍ରମାଣ ଦେଖିବାକୁ ଚାହାନ୍ତି ତେବେ ଆମେ ନେବା ପାଇଁ ପ୍ରସ୍ତୁତ : ପାକିସ୍ତାନ

ନୂଆଦିଲ୍ଲୀ : ଫେବୃଆରୀ ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଭାରତର ୪୦ଜଣ ଯବାନ ସହିଦ୍‌ ହୋଇ ଯାଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକ୍‌ ସୀମା ପାର୍‌ କରି ବାଲାକୋଟ୍‌ରେ ଥିବା ଜୈସ୍‌-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ । ତେବେ ଆକ୍ରମଣ ପରେ ପରେ ଭାରତ ୨୦୦-୩୦୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ଦାବି କରୁଥିବା ବେଳେ ପାକିସ୍ତାନ ଏହାକୁ ମିଛ ବୋଲି କହି ଆସୁଛି । ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ କାହାର ଜୀବନହାନି ହୋଇନାହିଁ ବୋଲି କହିବା ସହ ଭାରତ ମିଛ ଦାବି କରୁଥିବା ନେଇ ଅଭିଯୋଗ କରି ଆସୁଛି ପାକିସ୍ତାନ ।

MSN.com

ପ୍ରଥମେ ଏହାକୁ ପ୍ରମାଣ କରିବା ପାଇଁ ବିଦେଶୀ ସମ୍ବାଦିକମାନଙ୍କୁ ଡ଼କାଇ ଏୟାର ଷ୍ଟ୍ରାଇକ୍‌ ହୋଇଥିବା ସ୍ଥାନ ଦେଖାଇଥିବା ବେଳେ ଏବେ ପାକିସ୍ତାନ ଭାରତୀୟ ସାମ୍ବାଦିକମାନଙ୍କୁ ମଧ୍ୟ ବାଲାକୋଟ୍‌କୁ ନେବା ପ୍ରସ୍ତୁତ ବୋଲି କହିଛି । ରାଓ୍ଵଲପିଣ୍ଡିରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏଭଳି ଘୋଷଣା କରିଛନ୍ତି ମୁଖ୍ୟ ସୈନ୍ୟ ପ୍ରବକ୍ତା ମେଜର ଜେନେରାଲ ଆସିଫ୍‌ ଗଫୁର । ଯଦି ଭାରତୀୟ ସାମ୍ବାଦିକ ବାଲାକୋଟ୍‌ ଯାଇ ପ୍ରମାଣ ଦେଖିବାକୁ ଚାହାନ୍ତି, ତେବେ ଆମେ ସେମାନଙ୍କୁ ନେବାକୁ ପ୍ରସ୍ତୁତ ବୋଲି ମେଜର ଜେନେରାଲ ଆସିଫ୍‌ ଗଫୁର କହିଛନ୍ତି ।

ସମ୍ବନ୍ଧିତ ଖବର