ପାକିସ୍ତାନରେ ଭାରତୀୟ ସିନେମା ଓ ଟିଭି କାର୍ଯ୍ୟକ୍ରମ ପ୍ରସାରଣ ନିଷିଦ୍ଧ

ଇସ୍‌ଲାମାବାଦ୍‌ : ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ଭାରତୀୟ ସିନେମା ଓ ଟେଲିଭିଜନ୍‌ କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ ପାକିସ୍ତାନ ସୁପ୍ରିମ୍‌ କୋର୍ଟ ଆଜି ଘରୋଇ ଚ୍ୟାନେଲଗୁଡ଼ିକୁ ନିର୍ଦେଶ ଦେଇଛି। ପାକିସ୍ତାନରେ ଭାରତୀୟ ଚାନେଲ୍‌ଗୁଡ଼ିକୁ ପ୍ରସାରଣ କରିବାକୁ ଲାହୋର୍‌ ହାଇକୋର୍ଟ ଦେଇଥିବା ଅନୁମତିକୁ ଚାଲେଞ୍ଜ୍‌ କରି ଆଗତ କରାଯାଇଥିବା ପିଟିସନ୍‌ ଉପରେ ବିଚାର କରି ଜଷ୍ଟିସ୍‌ ଗୁଲ୍‌ଜାର୍‌ ଅହମଦ୍‌ଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ଏହି ନିଦେର୍ଶ ଦେଇଛନ୍ତି। ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଜଣେ ଓକିଲ ଅଦାଲତଙ୍କୁ କହିଥିଲେ ଯେ ୨୦୦୬ର ଏକ ନୀତି ଆଧାରରେ ସରକାର ସ୍ଥାନୀୟ ଚାନେଲ୍‌ଗୁଡ଼ିକରେ ୧୦% ବିଦେଶୀ କାର୍ଯ୍ୟକ୍ରମ ପ୍ରସାରଣ ଲାଗି ଅନୁମତି ଦେଇଥିଲେ। ତେବେ ପୂର୍ବରୁ ସମସ୍ତ ଆଦେଶକୁ ଅକାମୀ କରି ଭାରତୀୟ କାର୍ଯ୍ୟକ୍ରମ ପ୍ରସାରଣକୁ ସୁପ୍ରିମ୍‌ କୋର୍ଟ ନିଷିଦ୍ଧ କରିଛନ୍ତି।

ସମ୍ବନ୍ଧିତ ଖବର