ଇସ୍‌ଲାମାବାଦ: ପାକ୍‌ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜ୍‌ୱାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନେଇଥିବା ନିଷ୍ପତ୍ତିକୁ ପାକିସ୍ତାନ୍‌ ସୁପ୍ରିମ୍‌ କୋର୍ଟ ଆଜି ଖାରଜ କରି ଦେଇଛନ୍ତି। ପାକିସ୍ତାନ ସୁପ୍ରିମ୍‌ କୋର୍ଟଙ୍କ ଏ ନିଷ୍ପତ୍ତି‌େର ବଡ଼ ଝଟକା‌ ଲାଗିଛି ଉଭୟ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଓ ସେନାମୁଖ୍ୟ ବାଜ୍‌ୱାଙ୍କୁ। ଏଥିସହ ସୁପ୍ରିମ୍‌ କୋର୍ଟଙ୍କ ଏ ନିଷ୍ପତ୍ତି ପରେ ନିଜକୁ ଅଖଣ୍ଡ କ୍ଷମତାଶଳୀ ବୋଲାଉଥିବା ଜେନେରାଲ ବାଜ୍‌ୱା ଆସନ୍ତା ୨୯ ତାରିଖରେ ତାଙ୍କ ପଦବୀରୁ ଅବସର ଗ୍ରହଣ କରିବା ପ୍ରାୟ ନିଶ୍ଚିତ ହୋଇପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ଆଞ୍ଚଳିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଦର୍ଶାଇ ଆସନ୍ତା ୨୯ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜ୍‌ୱାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବା ସହ ତାଙ୍କୁ ଆଉ ୩ ବ‌‌ର୍ଷ ପାଇଁ ପୁନଃ ନିଯୁକ୍ତି ଦିଆଯାଉଛି ବୋଲି ଉଲ୍ଲେଖ କରି ଗତ ଅଗଷ୍ଟ ୧୯ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ।

publive-image Dawn

ତେବେ, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଏ ନିଷ୍ପତ୍ତିକୁ ବିରୋଧ କରି ରାଇଜ୍‌ ରାହୀ ନାମକ ଜନୈକ ବ୍ୟକ୍ତି ଏକ ମାମଲା ଆଗତ କରିଥିଲେ। ତେବେ, ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସୁପ୍ରିମ୍‌ କୋର୍ଟ ଏ ମାମଲାର ବିଚାର ଆରମ୍ଭ କରିବା ପୂର୍ବରୁ ଆବେଦନକାରୀ ରାହୀ ଆଗତ କରିଥିବା ମାମଲାକୁ ପ୍ରତ୍ୟାହାର କରିନେବା ପାଇଁ ଆଉ ଏକ ଆବେଦନ କରିଥିଲେ। ତେବେ, ପାକିସ୍ତାନ୍‌ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଅସିଫ୍‌ ସୟିଫ୍‌ ଖୋସା ମାମଲା ପ୍ରତ୍ୟାହାର ଆବେଦନକୁ ଖାରଜ କରି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଆଜି, ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଅସିଫ୍‌ ସୟିଫ୍‌ ଖୋସା, ସେନାମୁଖ୍ୟଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବାର କ୍ଷମତା ରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ କାହାର ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜ୍‌ୱାଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି କରିବାକୁ ଜାରି କରିଥିବା ବିଜ୍ଞପ୍ତିକୁ ଖାରଜ କରି ଦେଇଛନ୍ତି।