ଇସ୍‌ଲାମାବାଦ୍‌: ‘ଚୀନ୍‌ ପାକିସ୍ତାନ ଇକନିମ୍‌ କରିଡର୍‌’ (ସିପିଇସି) ପ୍ରକଳ୍ପର ରାସ୍ତା ଏବଂ ଭିତ୍ତିଭୂମି ନିମନ୍ତେ ଅର୍ଥ ଯୋଗାଇବାକୁ ପାକିସ୍ତାନ ମଙ୍ଗଳବାର ଦିନ ଚୀନ୍‌କୁ ନଅ ଶହ କୋଟି ଆମେରିକୀୟ ଡଲାର୍‌ ଋଣ ଦେବାକୁ କହିଛି।

Advertisment

ଇସ୍‌ଲାମାବାଦ୍‌ରେ ସମ୍ପନ୍ନ ହୋଇଥିବା ‘ସିପିଇସି’ର ‘ଜଏଣ୍ଟ୍‌ କୋଅପରେସନ୍‌ କମିଟି’ ବୈଠକ ଶେଷରେ ଉଭୟ ପକ୍ଷ ‘ଗ୍ଵାଦର୍‌ ସ୍ମାର୍ଟ ସିଟି ମାଷ୍ଟର୍‌ ପ୍ଲାନ୍‌’କୁ ଅନୁମୋଦନ କରିଥିଲେ ଓ ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ଲାଗି ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

publive-image Image Source: Dawn

ପାକିସ୍ତାନ ମୁଦ୍ରା ହିସାବରେ ଚୀନ୍‌ ଠାରୁ ୨୯୪ କୋଟି ଟଙ୍କା ଆଣି ନିର୍ମାଣ କରାଯାଇଥିବା ୩୯୨ କିଲୋମିଟର୍‌ ବିଶିଷ୍ଟ ମୁଲ୍‌ତାନ୍‌-ସୁକ୍କୁର ମଟରେଓ୍ଵ ମଧ୍ୟ ସେମାନେ ଉଦ୍ଘାଟନ କରିଥିଲେ।

ଇରାନ୍‌ ଓ ଆଫଗାନିସ୍ତାନ ପଟେ ଥିବା ପାକିସ୍ତାନ ସୀମାନ୍ତରେ ପ୍ରାଚୀର ବୁଲାଇବା ପାଇଁ ମଧ୍ୟ ଏହି ବୈଠକରେ ପ୍ରତିଶ୍ରୁତି ଦିଆଯାଇଛି। ଏହା ୨୦୨୦ ସୁଦ୍ଧା ଶେଷ ହେବ।

‘ସିପିଇସି’ ଗୁଡ଼ାଏ ଉଲ୍ଲେଖନୀୟ କୃତ୍ୱିତ୍ୱ ହାସଲ କରି ସାରିଲାଣି ଏବଂ ଉଚ୍ଚମାନର ବିକାଶ ପଥରେ ଆଗେଇ ଚାଲିଥିବା କଥା ଚୀନ୍‌ ତରଫରୁ କୁହାଯାଇଛି।