ସ୍‌ଲାମ୍‌ବାଦ୍‌: କାଶ୍ମୀରର ବିଚ୍ଛିନ୍ନତାବାଦୀ‌ ନେତା ସୟଦ ଅଲୀ ଶାହା ଗିଲାନିଙ୍କୁ  ପାକିସ୍ତାନର ସର୍ବୋଚ୍ଚ  ନାଗରିକ ସମ୍ମାନ ‘ନିଶାନ-ଇ-ପାକିସ୍ଥାନ’ରେ ସମ୍ମାନିତ କରିବାକୁ ଏକ ସଂକଳ୍ପ ପାରିତ କରିଛି ପାକିସ୍ତାନ ସିନେଟ୍‌।  ସୋମବାର ପାକିସ୍ତାନ ସଂସଦର ଉଚ୍ଚ ସଦନରେ‌ ଏହି ସଂକଳ୍ପ ପାରିତ ହୋଇ ସୟଦ ଅଲୀ ଶାହା ଗିଲାନିଙ୍କୁ ଦେଶ‌ର ସର୍ବୋଚ୍ଚ  ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ ରଖାଯାଇଛି।

Advertisment

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ପାରିତ ହୋଇଥିବା ସଂକଳ୍ପରେ ସୟଦ ଅଲି ଶାହା ଗିଲାନିଙ୍କ ଜୀବନ କାହାଣୀକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି। ଏହାବ୍ୟତୀତ ଇସଲାମାବାଦରେ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ନାମ ଗିଲାନିଙ୍କ ନାମରେ ନାମିତ କରିବାକୁ ମଧ୍ୟ ପ୍ରସ୍ତବନା ହୋଇଛି।

publive-image
OpIndia

ଅଲ ପାର୍ଟି ହୁରିୟତ୍‌ କନ୍‌ଫରେନ୍ସରୁ ସୟଦ ଅଲି ଶାହା ଗିଲାନି ଇସ୍ତଫା ଦେବାର ଗୋଟାଏ ଦିନ ପରେ  ଏହି ସଂକଳ୍ପ ପାରିତ ହୋଇଥିବା ଦେଖିବାକୁ ମିଳିଛି। ଗତ ମାସରେ ଗିଲାନି ଏକ ଅଡିଓ ମେସେଜ୍‌ ଜରିଆ‌ରେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ। ଏହି ବାର୍ତ୍ତ‌ାରରେ ଗିଲାନି କହିଥିଲେ କି ସେ ହୁରିୟତ୍‌ କନ୍‌ଫରେନ୍ସରୁ ନିଜକୁ ଦୂରେଇ ରଖୁଛନ୍ତି।

ହୁରିୟାତ୍‌ କନ୍‌ଫରେନ୍ସର ଅଜୀବନ ସଦସ୍ୟ ଥିବା ୯୦ ବର୍ଷିଅ ଗିଲାନି ନିଜର ଇସ୍ତଫା ଦେବା ନେଇ କହନ୍ତି କି, ‘ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଅଲ ପାର୍ଟି ହୁରିୟାତ ସମ୍ମିଳନୀରୁ ଇସ୍ତଫା ଦେଉଛି। ମୁଁ ଏହି ନିଷ୍ପତ୍ତି ବିଷୟରେ ହୁରିୟାତର ସମସ୍ତ ସଦସ୍ୟଙ୍କୁ ସୂଚନା ପୂର୍ବରୁ ସୂଚନା ଦେଇ ସାରିଛି।