ବାଂଲାଦେଶ ଦେଇ ଭାରତକୁ ନକଲି ନୋଟ ପଠାଉଛି ପାକିସ୍ତାନ

ନୂଆଦିଲ୍ଲୀ : ବିଭିନ୍ନ ଉପାୟରେ ଭାରତକୁ କ୍ଷତିଗ୍ରସ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ । ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ପୁରୁଣା ଭାରତ ବିରୋଧୀ ଅସ୍ତ୍ର ହେଉଛି ନକଲି ଭାରତୀୟ ନୋଟ କାରବାର । ଗତ ୨୦୧୬ରେ ବିମୁଦ୍ରାୟନ ପରେ ପାକିସ୍ତାନରେ ଥିବା ନକଲି ଭାରତୀୟ ନୋଟ ଛାପାଖାନାଗୁଡ଼ିକ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ଆଇଏସଆଇ ଅଣ୍ଡରଓ୍ଵାର୍ଲଡ ଡନ ଦାଉଦ ଇବ୍ରାହିମ ସହ ମିଶି ନୂଆ ନକଲି ଭାରତୀୟ ନୋଟ ଛପାଇବା ଆରମ୍ଭ କରିଛି । ନେପାଳ ବାଟ ଦେଇ ଏସବୁ ନକଲି ନୋଟକୁ ଭାରତ ମଧ୍ୟକୁ ପଠାଯାଉଛି । ଏନଆଇଏ ରିପୋର୍ଟ ଅନୁସାରେ ବାଂଲାଦେଶରେ ନକଲି ନୋଟ ଛପାଇ ପଶ୍ଚିମବଙ୍ଗ ଦେଇ ଭାରତକୁ ଆସୁଛି ।

ଗତସପ୍ତାହରେ ଭାରତକୁ ନକଲି ନୋଟ ଆଣୁଥିବା ବେଳେ ୟୁନୁସ ଅନସାରୀ ସମେତ ଆଉ ୩ ଜଣ ପାକିସ୍ତାନୀ ନାଗରିକଙ୍କୁ କାଠମାଣ୍ଡୁ ଏୟାରପୋର୍ଟରେ ଗିରଫ କରିଥିଲା ନେପାଳ ପୁଲିସ । ସେମାନେ କାତାର ବାଟ ଦେଇ ନକଲି ଭାରତୀୟ ନୋଟ ଆଣୁଥିଲେ । ଆଇଏସଆଇ ଇଙ୍ଗିତରେ ୟୁନୁସ ଅନସାରୀ ଗତ ଦୁଇ ଦଶନ୍ଧି ଧରି ନକଲି ଭାରତୀୟ ନୋଟ କାରବାର କରୁଥିଲା । ୟୁନୁସକୁ ପଚରାଉଚୁରା ବେଳ ଜଣାପଡିଛି ଯେ ଆଇଏସଆଇ ଓ ଡି-କମ୍ପାନି ବାଂଲାଦେଶରେ ଛପେଇ ଭାରତକୁ ପଠଉଛନ୍ତି ।

ସମ୍ବନ୍ଧିତ ଖବର