ବାଲାକୋଟ ଷ୍ଟ୍ରାଇକ୍‌ ପରେ ଭୟଭୀତ ପାକ୍‌ ଏଲ୍‌ଇଟି ଓ ଜୈଶ ସଂଗଠନର ଶିବିରଗୁଡ଼ିକୁ ଆଫ୍‌ଗାନ ସୀମାକୁ ଉଠାଇନେଲା

ନୂଆଦିଲ୍ଲୀ: ଗତ ଫେବ୍ରୁଆରି ୨୭ରେ ପାକିସ୍ତାନର ବାଲାକୋଟଠାରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ ସାରା ବିଶ୍ୱକୁ ଚକିତ କରି ପକାଇଥିବା ବେଳେ ପାକିସ୍ତାନ ଏହି ଷ୍ଟ୍ରାଇକ ପରେ କେଉଁ ଭଳି ଭାବେ ଭୟଭୀତ ହୋଇପଡ଼ିଛି ତାହାର ସ୍ପଷ୍ଟ ଚିତ୍ର ଏବେ ଦେଖିବାକୁ ମିଳୁଛି। ଭାରତର ଏହି ପାଲଟା ଜବାବ ପରେ ଭୟଭୀତ ହୋଇ ଭାରତୀୟ ସୀମାରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା(ଏଲ୍‌ଇଟି) ଓ ଜୈଶ୍‌-ଇ-ମହମ୍ମଦ ଏବେ ଆଫ୍‌ଗାନିସ୍ତାନ ସୀମାକୁ ଚାଲି ଯାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ଭାରତ ବିରୋଧୀ ଅପରେସନ ଉପରେ ପ୍ରଶିକ୍ଷଣ ନେବା ଉଦେଶ୍ୟରେ ଏହି ଦୁଇ ଆତଙ୍କବାଦୀ ସଂଗଠନ ବିଶେଷ ପ୍ରସ୍ତୁତି ପାଇଁ ଆଫ୍‌ଗାନିସ୍ତାନ ସୀମାକୁ ଉଠି ଯାଇଥିବା ସୂଚନା ମିଳିଛି। ସେଠାରେ ଭାରତ ପକ୍ଷରୁ ସୀମା ଉଲ୍ଲଂଘନ ଅକ୍ରମଣର ଭୟନଥିବ। ଫଳରେ ସେମାନେ ସୁରକ୍ଷିତ ଭାବେ ନିଜର ଲକ୍ଷ ସାଧନ ପାଇଁ ପ୍ରସ୍ତୁତି ଆରମ୍ଭ କରିପାରିବେ।

India Today

ଉଭୟ ଲସ୍କର-ଇ-ତୋଏବା ଓ ଜୈଶ୍‌-ଇ-ମହମ୍ମଦ ସଂଗଠନ ଆଫଗାନ ତାଲିବାନ ସହ ହାତ ମିଳାଇ ପ୍ରସ୍ତୁତି ଆରମ୍ଭରେ ଲାଗିପଡ଼ିଛନ୍ତି। ଜାଣିବାକୁ ମିଳିଛି ଯେ ଆଫଗାନିସ୍ତାନ ପ୍ରାନ୍ତଃର ନାନାଗରହର, ନୁରିସ୍ଥାନ, କୁନାର, ହେଲମନ୍ଦ ଏବଂ କନ୍ଦାହାରଠାରେ ଲସ୍କର-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର ଶିବିରଗୁଡ଼ିକୁ ସ୍ଥାନାନ୍ତର କରି ନିଆଯାଇଛି।

ସମ୍ବନ୍ଧିତ ଖବର