ପାକ-ଅଧିକୃତ କାଶ୍ମୀରରେ ବନ୍ଦ ହେଲା ୧୩ଟି ଆତଙ୍କବାଦୀ କ୍ୟାମ୍ପ

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ବେଆଇନ ଅର୍ଥକାରବାର ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫର ବୈଠକ ବସି ପାକିସ୍ତାନ ଉପରେ ଚର୍ଚ୍ଚା ହେବ । ଏହି ବୈଠକ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । କାରଣ ଏଫଏଟିଏଫ ପାକିସ୍ତାନକୁ ଧୂଷର ଚାଲିକାରେ ବଜାୟ ରଖିଲେ କିମ୍ବା କଳା ତାଲିକାଭୁକ୍ତ କଲେ ପାକିସ୍ତାନର ଅର୍ଥନୀତି ଆହୁରି ଦେବାଳିଆ ସ୍ଥିତିକୁ ଚାଲିଯିବ । ଆହୁରି ମଧ୍ୟ ପୁଲଓ୍ଵାମା ଆକ୍ରମଣ ପରେ ଭାରତ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଜନମତ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ।

ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ପିଓକେରେ ଥିବା ୧୩ଟି ଆତଙ୍କବାଦୀ କ୍ୟାମ୍ପକୁ ବନ୍ଦ କରିଦେଇଛି । ଏହା ମାଧ୍ୟମରେ ପାକ ସରକାର ଆତଙ୍କବାଦ ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜଣାଇବାକୁ ଚାହୁଁଛନ୍ତି । ଏସବୁ କ୍ୟାମ୍ପଗୁଡ଼ିକୁ ଜୈସ, ଲସ୍କର, ହିଜବୁଲ ମୁଜାହିଦ୍ଦିନ ଆଦି ସଂଗଠନ ଚଳାଉଥିଲେ । କୋଟଲି, ନିକିଆଲ ଆଦି ଅଂଚଳରେ ଏସବୁ କ୍ୟାମ୍ପ ଅବସ୍ଥିତ ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ସୂଚନା ଦେଇଛନ୍ତି । ତେବେ ଏହି କ୍ୟାମ୍ପ ଗୁଡ଼ିକ ସାମୟିକ ଭାବେ ବା ସ୍ଥାୟୀଭାବେ ବନ୍ଦ କରାଯାଇଛି ତାହା ଜଣାପଡିନାହିଁ ।

ସମ୍ବନ୍ଧିତ ଖବର