ଇସ୍ଲାମାବାଦ୍: ନିୟନ୍ତ୍ରଣ ରେଖାରେ ହେଉଥିବା ଅସ୍ତ୍ର ବିରତି ଉଳ୍ଲଂଘନକୁ ବିରୋଧ କରି ପାକିସ୍ତାନ ଶନିବାର ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗର ବରିଷ୍ଠ କୂଟନୀତିଜ୍ଞଙ୍କୁ ଡକାଇ ପ୍ରତିବାଦ ଜଣାଇଛି ।
ପାକ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଫେବ୍ରୁଆରି ୧୪ ତାରିଖରେ ନିୟନ୍ତ୍ରଣ ରେଖା ନେଜାପିର୍ ଓ ରକ୍ଚିକ୍ରିଠାରେ ଭାରତୀୟ ସୁରକ୍ଷା ବଳ ପକ୍ଷରୁ ଗୁଳି ଚାଳନା ହୋଇଥିଲା। ଏପରି ଅକାରଣ ଗୁଳି ଚାଳନା କାରଣରୁ ଫତେହ୍ପୁର ଗାଁର ଏକ ୧୩ ବର୍ଷୀୟା ଝିଅ ଗୁୁରୁତର ଆହତ ହୋଇଛି।
ପାକ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଭାରତ ପକ୍ଷରୁ ବାରମ୍ବାର ସୀମାନ୍ତରେ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଉଛି। ବିଶେଷ କରି ସାଧାରଣ ନାଗରିକମାନେ ଏଥିରେ ପ୍ରଭାବିତ ହେଉଛନ୍ତି। ଏହା ଯେତେ ଥର କହିବା ପରେ ବି ଭାରତ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ବୋଲି ପାକ୍ ଅଭିଯୋଗ ଆଣିଛି।
/sambad/media/post_attachments/wp-content/uploads/2020/02/PTI12_9_2019_000267A-min-1581753977-300x200.jpg)
କୁହାଯାଇଛି ଯେ ୨୦୧୭ ମସିହାରୁ ଭାରତ ଅସ୍ତ୍ର ବିରତି ଉଲ୍ଲଂଘନ ଜାରି ରଖିଛି। କେବଳ ଏଇ ବର୍ଷକ ଭିତରେ ୨୮୭ ଥର ଅସ୍ତ୍ର ବିରତି ଉଲ୍ଲଂଘନ ହୋଇ ସାରିଲାଣି।
ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନ ପକ୍ଷରୁ ଭାରତକୁ କୁହାଯାଇଛି ଏହି ସମନରେ। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ସୀମାର ଅବସ୍ଥାକୁ ନଜର ରଖିବା ପାଇଁ ଭାରତ ୟୁନାଇଟେଡ୍ ନେସନ୍ ମିଲିଟାରି ଅବ୍ଜର୍ଭର ଗ୍ରୁପ୍ ଇନ୍ ଇଣ୍ଡିଆ ଆଣ୍ଡ୍ ପାକିସ୍ତାନକୁ ଭାରତ ଅନୁମତି ଦେବା ଉଚିତ ।