ଅସ୍ତ୍ରବିରତି ଉଲ୍ଲଙ୍ଘନ ଅଭିଯୋଗ, ଭାରତୀୟ ଉପ-ଉଚ୍ଚାୟୁକ୍ତଙ୍କୁ ସମନ କଲା ପାକିସ୍ତାନ

ଭାରତ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ, ଭାରତୀୟ ଡେପୁଟି ହାଇ କମିଶନରଙ୍କୁ ସମନ କଲା ପାକିସ୍ତାନ
ଇସ୍ଲାମାବାଦ : ନିୟନ୍ତ୍ରଣରେଖା ନିକଟରେ ଭାରତ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ କରି ପାକିସ୍ତାନ ଆଜି ଭାରତୀୟ ଡେପୁଟି ହାଇ କମିଶନର (ଉପ-ଉଚ୍ଚାୟୁକ୍ତ) ଗୌରବ ଆଲୁଓ୍ଵାଲିଆଙ୍କୁ ସମନ କରି ପ୍ରତିବାଦ ଜଣାଇଛି ।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ତଥା ମହାନିର୍ଦ୍ଦେଶକ ( ଦକ୍ଷିଣ ଏସିଆ ଓ ସାର୍କ) ମହମ୍ମଦ ଫୈଜଲ ଶ୍ରୀ ଆଲୁଓ୍ଵାଲିଆଙ୍କୁ ସମନ କରି ଏହି ପ୍ରତିବାଦ ଜଣାଇଛନ୍ତି । ଭାରତର ଗୁଳିମାଡରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ନହତ ହୋଇଥିବା ପାକିସ୍ତାନ କହିଛି । ଫୈଜଲ କହିଛନ୍ତି ଯେ ଭାରତ ପକ୍ଷରୁ ଏକତରଫାଭାବେ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରାଯାଇ ସାଧାରଣ ଲୋକମାନଙ୍କୁ ଟାର୍ଗେଟ କରାଯାଉଛି । ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି ସେ କହିଛନ୍ତି । ଭାରତ ୨୦୦୩ର ଯୁଦ୍ଧ ବିରତି ରାଜିନାମାକୁ ସମ୍ମାନ ଜଣାଉ ବୋଲି ସେ ଦାବି କରିଛନ୍ତି । ଭାରତ ପକ୍ଷରୁ ୩୭୦ ଧାରା ପ୍ରତ୍ୟାହାର ବିରୋଧରେ ପାକିସ୍ତାନ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଭାରତ ଫେରାଇ ଦେଇଛି ।

ସମ୍ବନ୍ଧିତ ଖବର