ପିଓକେରେ ଭାରତୀୟ ସେନାର ଆକ୍ରମଣ ପରେ ଉତ୍‌କ୍ଷିପ୍ତ ହୋଇ ଭାରତୀୟ ଉଚ୍ଚାୟୁକ୍ତ ଗୌରଭ ଆଲୁଓ୍ଵାଲିଆଙ୍କୁ ସମନ ଜାରି କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକ୍‌-ଅଧିକୃତ କଶ୍ମୀରରେ ପଶି ଭାରତୀୟ ସେନା ପାକିସ୍ତାନର ବହୁ କ୍ଷୟକ୍ଷତି ଘଟାଇବା ପରେ ଉତ୍‌କ୍ଷିପ୍ତ ହୋଇ ଇସ୍‌ଲାମବାଦ୍‌ରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଗୌରଭ ଆଲୁଓ୍ଵାଲିଆଙ୍କୁ ସମନ ଜାରି କରିଛି ପାକିସ୍ତାନ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଧରଣର ଆକ୍ରମଣକୁ ରୋକିବା ପାଇଁ ଭାରତୀୟ କୁଟନୀତିଜ୍ଞମାନଙ୍କୁ ଦିଲ୍ଲୀଠାରେ ରାଜନୈତିକ ନେତୃତ୍ୱ ନେବାକୁ କୁହାଯିବ।

ଆଶା କରାଯାଉଛି ଯେ ଆଲୁଓ୍ଵାଲିଆ ପାକିସ୍ତାନ ପକ୍ଷରୁ ଜାରି ହୋଇଥିବା ସମନକୁ ଉଚିତ ଭାବେ ସାମ୍ନା କରି ପାକିସ୍ତାନୀ ସେନା ଦ୍ୱାରା ହୋଇଥିବା ଅସ୍ତ୍ର ବିରତି ଉଲ୍ଲଂଘନର ପାଲଟା ଜବାବ ଦେବାକୁ ହିଁ ଭାରତ ପକ୍ଷରୁ ଆକ୍ରମଣ ହୋଇଥିଲା ବୋଲି ସ୍ପଷ୍ଟ ଭାବେ ବୁଝାଇପାରିବେ। ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ର ବିରତି ଉଲ୍ଲଂଘନରେ ଜଣେ ସାଧାରଣ ନାଗରିକ ଓ ଦୁଇ ଯବାନ ସହିଦ ହେବା ପରେ ଭାରତ ପକ୍ଷରୁ ଆକ୍ରମଣ ହୋଇଥିଲା।

(Photo Credits: PTI)

ଏହି ଆକ୍ରମଣରେ ପାକିସ୍ତାନର ଜଣେ ଯବାନଙ୍କ ସମେତ ୩ ଜଣ ସାଧାରଣ ଜନତାଙ୍କର ଜୀବନ ଯାଇଛି। ପାକିସ୍ତାନର ପାଲଟା ଜବାବରେ ୯ ଭାରତୀୟ ଯବାନ ନିହତ ହୋଇଥିବା ବେଳେ ୨ଟି ବଙ୍କର୍‌ ଧ୍ୱଂସ ପାଇଛି ବୋଲି ପାକିସ୍ତାନ ସେନାର ମୁଖ୍ୟ ପ୍ରବକ୍ତା ମେଜର ଜେନେରାଲ୍‌ ଅସିଫ୍‌ ଗଫୁର୍‌ ସିରିଜ୍‌ ଟ୍ଵିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର