ଇସ୍ଲାମାବାଦ : ପାକିସ୍ତାନରେ ଦୁର୍ବୃତ୍ତମାନେ ଧ୍ବଂସ କରିଦେଇଥିବା ହିନ୍ଦୁ ମନ୍ଦିରର ପୁନର୍ନିର୍ମାଣ ପାଇଁ ସେଠାକାର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ମନ୍ଦିର ଧ୍ବଂସ ଘଟଣା ପାକିସ୍ତାନକୁ ସମଗ୍ର ବିଶ୍ବରେ ନିନ୍ଦିତ କରିଛି ଏବଂ ଏହା ପାକିସ୍ତାନ ପାଇଁ ‘ଅନ୍ତର୍ଜାତୀୟ ଲଜ୍ଜା’ ବୋଲି ପାକିସ୍ତାନ ସୁପ୍ରିମ୍ କୋର୍ଟ କହିଛି। ଏଣୁ କର୍ତ୍ତୃପକ୍ଷ ଧ୍ବଂସ ପାଇଯାଇଥିବା ହିନ୍ଦୁ ମନ୍ଦିରକୁ ତୁରନ୍ତ ପୁନର୍ନିର୍ମାଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ପାକିସ୍ତାନର ଖାଇବର ପଖୁନ୍ଖା ଅଞ୍ଚଳର ତେରି ଗ୍ରାମରେ ଥିବା ଏକ ୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଉପରେ ଗୁଣ୍ଡାମାନେ ବୋମା ବିସ୍ଫୋରଣ କରି ଧ୍ବଂସ କରିଦେଇଥିଲେ ।
ମନ୍ଦିର ପୁନର୍ନିର୍ମାଣ ପାଇଁ ପାକ୍ ସୁପ୍ରିମ୍ କୋର୍ଟଙ୍କ ଆଦେଶ
/sambad/media/post_attachments/wp-content/uploads/2021/01/fh9s8f7hfss987fshfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)