ଇସ୍ଲାମିକ ରାଷ୍ଟ୍ର ସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ସରକାର କାଶ୍ମୀର ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ ପାକିସ୍ତାନରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ପାକିସ୍ତାନ ସରକାର ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବେଆଇନ ବୋଲି ଘୋଷଣା କରିବା ସହ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି । ଏ ସଂପର୍କରେ ଚର୍ଚ୍ଚା ପାଇଁ ପାକିସ୍ତାନ ସରକାର ତାଙ୍କ ସଂସଦର ଏକ ମିଳିତ ଅଧିବେଶନ ଡକାଇଥିବାବେଳେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଫଳରେ ଗୃହକୁ ମୁଲତବୀ ରଖାଯାଇଛି ।

ଅନ୍ୟପକ୍ଷରେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଇସ୍ଲାମିକ ରାଷ୍ଟ୍ର ସଂଘ ( ଓଆଇସି)ରେ ଅଭିଯୋଗ କରିଛି । ଓଆଇସି ଏହି ପ୍ରସଙ୍ଗକୁ ଗ୍ରହଣ କରି ଆଜି ଜେଦାଠାରେ ଏକ ଜରୁରୀ ବୈଠକ ଡକାଇଛି । ଏ ସଂପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଟ୍ଵିଟ କରି ସୂଚନା ଦେଇଛି ଯେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେସୀ ଏହି ବୈଠକରେ ପାକିସ୍ତାନର ପ୍ରତିନିଧିତ୍ୱ କରିବେ ।

ସମ୍ବନ୍ଧିତ ଖବର