ନୂଆଦିଲ୍ଲୀ: ଆଫଗାନିସ୍ତାନରେ କାର୍ଯ୍ୟରତ ଭାରତୀୟଙ୍କୁ ପାକିସ୍ତାନ ବିଭିନ୍ନ ଉପାୟରେ ଆକ୍ରମଣ କରୁଛି ଏବଂ ଗତ ୧୨ ବର୍ଷ ମଧ୍ୟରେ ବିକାଶ ପ୍ରକଳ୍ପମାନଙ୍କରେ କାର୍ଯ୍ୟ କରୁଥିବା କେତେକ ଭାରତୀୟଙ୍କୁ ଆକ୍ରମଣ କରିବା ସହ ଅପହରଣ କରିଛି ବୋଲି ଆଜି ସରକାର ସଂସଦକୁ ଜଣାଇଛନ୍ତି।
ପୂର୍ବରୁ ଆଫଗାନିସ୍ତାନରେ କାର୍ଯ୍ୟ କରିଥିବା ଚାରିଜଣ ଭାରତୀୟଙ୍କୁ ‘ୟୁଏନ୍ ସିକ୍ୟୁରିଟି କାଉନ୍ସିଲ୍ ରିଜୋଲ୍ୟୁସନ୍ ୧୨୬୭’ ଦ୍ବାରା ଆତଙ୍କବାଦୀ ଘୋଷଣା କରିବାକୁ ଗତବର୍ଷ ସେପ୍ଟେମ୍ବର ମାସରୁ ପାକିସ୍ତାନ ଉଦ୍ୟମ ଚଳାଇଥିବା କଥା ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ କହିଛନ୍ତି।
କିନ୍ତୁ, ୧୨୬୭ ସାଙ୍କ୍ସନ୍ କମିଟି ତା’ର ଅଭ୍ୟନ୍ତରୀଣ ପ୍ରକ୍ରିୟା ଆଧାରରେ ଏହି ଅନୁରୋଧକୁ ମଞ୍ଜୁର କରିନାହିଁ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2020/09/taliban.jpg)
ସେହି ପ୍ରଶ୍ନର ଉତ୍ତର ପରିପ୍ରେକ୍ଷୀରେ ମୁରଲୀଧରନ୍ କହିଲେ, ଆଫଗାନିସ୍ତାନରେ କାର୍ଯ୍ୟରତ ଭାରତୀୟଙ୍କୁ ପାକିସ୍ତାନ ବିଭିନ୍ନ ଉପାୟରେ ଆକ୍ରମଣ କରୁଛି। ବିକାଶ ପ୍ରକଳ୍ପମାନଙ୍କରେ କାର୍ଯ୍ୟ କରୁଥିବା କେତେକ ଭାରତୀୟଙ୍କୁ ଗତ ୧୨ ବର୍ଷରୁ ଅଧିକ କାଳ ମଧ୍ୟରେ ଆକ୍ରମଣ କରାଯିବା ସହ ଅପହରଣ କରାଯାଇଛି। ଏହାଛଡ଼ା ଭାରତୀୟ ଦୂତାବାସ ଓ କନ୍ସୁଲେଟ୍ଗୁଡ଼ିକୁ ମଧ୍ୟ ଆକ୍ରମଣ ହେଉଛି। ଆଫଗାନିସ୍ତାନ ସରକାରଙ୍କ ସହାୟତାରେ ଭାରତ କେତେକ ବନ୍ଦୀ ଭାରତୀୟଙ୍କୁ ମୁକ୍ତ କରିଛି।
ମେ ୨୦୧୮ରେ ଆଫଗାନିସ୍ତାନରୁ ଅପହୃତ ସାତ ଜଣ ଭାରତୀୟ ଇଞ୍ଜିନିୟରଙ୍କୁ ନିକଟ ଅତୀତରେ ଆଫଗାନୀ ସରକାରଙ୍କ ଆଗରେ ମୁକ୍ତ କରାଯାଇଛି। ଏହାଛଡ଼ା ଏ ମାସରେ କତାର୍ରେ ତାଲିବାନ ଇଣ୍ଟ୍ରା-ଆଫଗାନ ରାଜିନାମା ଆରମ୍ଭ ହୋଇଛି।
ମୁରଲୀଧରନ କହିଛନ୍ତି ଯେ, ଭାରତ ସରକାରଙ୍କ ଉଦ୍ୟମ ଯୋଗୁଁ ପାକିସ୍ତାନରୁ ଆସୁଥିବା ଆତଙ୍କବାଦ ପ୍ରତି ଆନ୍ତର୍ଜାତିକ ସମୁଦାୟଙ୍କର ଚିନ୍ତା ବଢ଼ିଛି। କୌଣସି ପ୍ରକାର ଆତଙ୍କବାଦ ନିମନ୍ତେ ନିଜ ଅଞ୍ଚଳକୁ ବ୍ୟବହାର କରାଇ ନ ଦେବାକୁ ଅନେକ ଦେଶ ପାକିସ୍ତାନକୁ କହିଛନ୍ତି।