କରାଚୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପହଲଗାମ୍ ଆକ୍ରମଣର ମଙ୍ଗଳବାର ରାତିରେ କଡ଼ା ଜବାବ ଦେଇଛି ଭାରତ। ଏହି ଘଟଣାକୁ କେଇ ଘଣ୍ଟା ବିତିନଥିବା ବେଳେ ପାକିସ୍ତାନ ଲାହୋରରେ ୩ଟି ବଡ ବିସ୍ଫୋରଣ ହୋଇଛି । ଲାହୋରର ବ୍ଲାଟନ ରୋଡ୍ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ୩ଟି ବଡ ବିସ୍ଫୋରଣ ପରେ ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ (ପିଏଏ) କରାଚୀ, ଲାହୋର ଏବଂ ସିଆଲକୋଟ ବିମାନବନ୍ଦରରେ ବିମାନ ଚଳାଚଳକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି।
ପିଏଏ ଅନୁଯାୟୀ, ଗୁରୁବାର ଲାହୋର ଏବଂ ସିଆଲକୋଟ ବିମାନବନ୍ଦର ସମସ୍ତ ବିମାନ ଉପଲବ୍ଧ ହେବ ନାହିଁ। ଯାହାଫଳରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସୂଚୀ ପ୍ରଭାବିତ ହୋଇଛି।
ଯାତ୍ରୀମାନଙ୍କୁ ସେମାନଙ୍କର ଉଡ଼ାଣ ସମୟ ଏବଂ ସମ୍ଭାବ୍ୟ ବିଳମ୍ବ ସମ୍ପର୍କରେ ଖବର ପାଇବା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ମଙ୍ଗଳବାର ରାତିରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିବା ପରେ ଏହି ଘଟଣା ଘଟିଛି।
ବୁଧବାର ଦିନ ଦିଲ୍ଲୀରେ ଏକ ପ୍ରେସ୍ ବ୍ରିଫିଂକୁ ସମ୍ବୋଧିତ କରି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଅପରେସନର ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ। ଏହାସହିତ ଧ୍ୱଂସ କରାଯାଇଥିବା ଆତଙ୍କବାଦୀ ଶିବିର ବିଷୟରେ ବିବରଣୀ ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/08/3dUyYSH38selIwXdFXWX.jpg)