ନୂଆଦିଲ୍ଲୀ: ପାକିସ୍ତାନ ସୋମବାର ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣ କରାଯାଇ ପାରୁଥିବା ୧୨୦ କିଲୋମିଟର ଦୂରତା ବିଶିଷ୍ଟ ‘ଫତହ’ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି। ସୈନ୍ୟଙ୍କ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ କ୍ଷେପଣାସ୍ତ୍ରର ଉନ୍ନତ ନେଭିଗେସନ୍ ସିଷ୍ଟମ୍ ଓ ସଠିକତା ବୃଦ୍ଧି ସମେତ ପ୍ରମୁଖ ବୈଷୟିକ ମାନଦଣ୍ଡଗୁଡ଼ିକୁ ଯାଞ୍ଚ କରିବା ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା ବୋଲି ପାକ୍ ସେନାବାହିନୀ ପକ୍ଷରୁ କୁହାଯାଇଛି। ଏଥିରେ ଭାଗ ନେଇଥିବା ଯବାନ, ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ କମିଟି ମୁଖ୍ୟ ଓ ସେନାମୁଖ୍ୟ ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନର ଆଞ୍ଚଳିକ ଅଖଣ୍ଡତା ବିରୋଧରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ସେନାର ଅପରେସନଲ ପ୍ରସ୍ତୁତି ଓ ବୈଷୟିକ ଦକ୍ଷତା ଉପରେ ସେମାନେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଗତ ୩ ଦିନ ଭିତରେ ପାକିସ୍ତାନ ସେନାର ଏହା ଦ୍ବିତୀୟ କ୍ଷେପଣାସ୍ତ୍ର ପରୀକ୍ଷଣ। ଏହା ପୂର୍ବରୁ ଶନିବାର ପାକ୍ ସେନା ୪୫୦ କିଲୋମିଟର ଦୂରତା ବିଶିଷ୍ଟ ଅବ୍ଦାଲି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଥିଲା।
ପାକ୍ର ‘ଫତହ’ କ୍ଷେପଣାସ୍ତ୍ର ପରୀକ୍ଷା
ପାକିସ୍ତାନ ସୋମବାର ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣ କରାଯାଇ ପାରୁଥିବା ୧୨୦ କିଲୋମିଟର ଦୂରତା ବିଶିଷ୍ଟ ‘ଫତହ’ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି। ସୈନ୍ୟଙ୍କ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ କ୍ଷେପଣାସ୍ତ୍ରର ଉନ୍ନତ ନେଭିଗେସନ୍ ସିଷ୍ଟମ୍ ଓ ସଠିକତା ବୃଦ୍ଧି ସମେତ....
/sambad/media/media_files/2025/05/06/raTbZBHkkVx4XlCGKrSG.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)