ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତରେ ଏସିଆ କପ୍ ହକି-୨୦୨୫ ଆୟୋଜନ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନୀ ଦଳର ଅଂଶଗ୍ରହଣକୁ ନେଇ ଏବେ ବି ସସପେନ୍ସ ରହିଛି। ଦୁଇ ଦେଶ ମଧ୍ୟରେ ଥିବା ଉତ୍ତେଜନା ପାଇଁ ପାକିସ୍ତାନୀ ହକି ଦଳ ଭାରତ ଆସି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଚାହୁଁନାହିଁ। ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟକୁ ଦଳ ପଠାଇବାକଚ ଚାହୁଁନଥିବା ନେଇ ପାକିସ୍ତାନ, ହକି ଫେଡେରେସନ (ପିଏଚଏଫ୍) ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫଆଇଏଚ୍) ଏବଂ ଏସୀୟ ହକି ଫେଡେରେସନ (ଏଏଚଏଫ)କୁ ଜଣାଇଛି।
ସୁରକ୍ଷା କାରଣ ପାଇଁ ପାକିସ୍ତାନୀ ହକି ମହାସଂଘ, ଦଳକୁ ଭାରତ ପଠାଇବାକୁ ଚାହୁଁନଥିବା କହିଛି। ପାକିସ୍ତାନ ହକି ଫେଡେରେସନ ମୁଖ୍ୟ ତାରିକ୍ ବୁଗତି କହିଛନ୍ତି ଯେ, "ବର୍ତ୍ତମାନର ପରିସ୍ଥିତିରେ ପାକିସ୍ତାନୀ ଦଳକୁ ସୁରକ୍ଷା ସମ୍ବନ୍ଧିତ ବିପଦର ସାମ୍ନା କରିବାକୁ ପଡ଼ିପାରେ। ତେଣୁ, ଆମେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ନେଇ ସଂକୋଚ ପ୍ରକାଶ କରିଛୁ। ବର୍ତ୍ତମାନର ପରିସ୍ଥିତିରେ, ଭାରତ ଯାଇ ଖେଳିବା ଆମ ଦଳ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ଆମେ ଏଫଆଇଏଚ୍ ଓ ଏଏଚଏଫଙ୍କୁ ଜଣାଇଛୁ ଯେ, ଆମର ଖେଳାଳିମାନେ ଏସିଆ କପ୍ ପାଇଁ ଭାରତ ଆସିବାକୁ ଇଚ୍ଛୁକ ନୁହଁନ୍ତି। ଆମେ ସେମାନଙ୍କୁ ପଚାରିଛୁ ଯେ, ଆମର ଖେଳାଳିମାନେ ଭାରତରେ ସୁରକ୍ଷିତ ରହିବେ ଏବଂ ଟୁର୍ଣ୍ଣାମେଣ୍ଟରେ ଧ୍ୟାନ ଦେଇପାରିବେ ବୋଲି କୌଣସି ଗ୍ୟାରେଣ୍ଟି ଅଛି କି?'
ତେବେ ୨୦୨୩ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟ ସମାନ ଧମକ ଦେଇଥିଲା। ପାକିସ୍ତାନ ପ୍ରଥମେ ଭାରତକୁ ନିଜ ଦଳ ପଠାଇବାକୁ ମନା କରିଦେଇଥିଲା। କିନ୍ତୁ ପରେ ପାକିସ୍ତାନୀ କ୍ରିକେଟ୍ ଦଳ ଭାରତ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/21/t-2025-07-21-12-34-34.jpg)