ମସ୍କୋ : ଭାରତ ଋଷିଆଠାରୁ ଅତ୍ୟାଧୁନିକ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିବା ପରେ ପାକିସ୍ତାନ ମଧ୍ୟ ଋଷିଆଠାରୁ ଏକ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ କିଣିବାକୁ ଯୋଜନା କରୁଛି । ଏ ନେଇ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଶେଷ ହୋଇଛି । ଏହି ମିସାଇଲ ସିଷ୍ଟମର ନାଁ ହେଉଛି ପାଣ୍ଟସିର ମିସାଇଲ ସିଷ୍ଟମ ।
ଏ ନେଇ ପାକିସ୍ତାନର ଏକ ପ୍ରତିନିଧିମଣ୍ଡଳ ଖୁବଶୀଘ୍ର ମସ୍କୋ ଗ୍ରସ୍ତରେ ଯାଇ ଚୂଡାନ୍ତ କଥାବାର୍ତ୍ତା କରିବେ । କେବଳ ଏତିକି ନୁହେଁ, ପାକିସ୍ତାନ ଋଷିଆରୁ ଟି-୯୦ ଟ୍ୟାଙ୍କ ମଧ୍ୟ ଖରିଦ କରିବାକୁ ଯୋଜନା କରୁଛି । ଏହି ଗ୍ରସ୍ତ କାଳରେ ଟି-୯୦ ଟ୍ୟାଙ୍କ ଖରିଦ ସଂପର୍କରେ ମଧ୍ୟ କଥାବାର୍ତ୍ତା କରାଯିବ । ଭାରତ ନିଜ ସୀମାରେ ଟି-୯୦ ଟ୍ୟାଙ୍କ ମୃତୟନ କରିବାକୁ ଯୋଜନା କରୁଥିବାରୁ ପାକିସ୍ତାନ ମଧ୍ୟ ଏସବୁ ଟ୍ୟାଙ୍କ ଭାରତକୁ ଲାଗିଥିବା ସୀମାରେ ମୃତୟନ କରିବାକୁ ଚିନ୍ତା କରୁଛି । ଅନ୍ୟପକ୍ଷରେ ପାକିସ୍ତାନ ଋଷିଆ ସହ ଘନିଷ୍ଠ ହେବାକୁ ଉଦ୍ୟମ କରୁଥିବାରୁ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/pantsir.jpg)