ଭାରତୀୟ ବିମାନ ଲାଗି ନିଜର ବାୟୁସୀମାକୁ ପୁଣି ବନ୍ଦ କରିବ ପାକିସ୍ତାନ

ଇସ୍ଲାମାବାଦ : ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଯାଇଛି । ଏହି ପ୍ରସଙ୍ଗରେ ଭାରତ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ,ଜାତିସଂଘରେ ଅଭିଯୋଗ କରିବାକୁ ପାକିସ୍ତାନ ସରକାର କହିଛନ୍ତି । କେବଳ ଏତିକି ନୁହେଁ, ଭାରତକୁ ସମସ୍ୟାରେ ପକାଇବାକୁ ପାକିସ୍ତାନ ସରକାର ଭାରତୀୟ ବିମାନ ପାଇଁ ନିଜର ବାୟୁସୀମାକୁ ପୁଣି ବନ୍ଦ କରିବାକୁ ବିଚାର କରୁଛି । ଏ ସଂପର୍କରେ ପାକିସ୍ତାନୀ ସମ୍ବାଦପତ୍ର ଦ ଟାଇମ୍ସ ଅଫ ପାକିସ୍ତାନରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଗତ ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ଏହାପରଠାରୁ ପାକିସ୍ତାନ ସବୁପ୍ରକାରର ବେସରକାରୀ ବିମାନ ପାଇଁ ନିଜର ବାୟୁସୀମାକୁ ବନ୍ଦ କରିଦେଇଥିଲା । ତେବେ ବହୁ ବିଚାର ବିମର୍ଷ ପରେ ଗତ ଜୁଲାଇ ୧୭ରେ ପାକିସ୍ତାନ ନିଜର ବାୟୁସୀମାକୁ ଖୋଲିଥିଲା । କିନ୍ତୁ ପୁଣି ଥରେ ବନ୍ଦ ହେଲେ କେନ୍ଦ୍ର ଏସିଆ ଓ ୟୁରୋପ ଯାଉଥିବା ଭାରତୀୟ ବିମାନଗୁଡ଼ିକ ପାକିସ୍ତାନ ଉପର ଦେଇ ଉଡିପାରିବ ନାହିଁ । ଏପରି ହେଲେ ଉଭୟ ଭାରତ ଓ ପାକିସ୍ତାନ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବେ ।

ସମ୍ବନ୍ଧିତ ଖବର