ମିଛ ପ୍ରମାଣିତ ହେଲା ଇମ୍ରାନଙ୍କ ପ୍ରତିଶ୍ରୁତି, କର୍ତ୍ତାରପୁର ଉଦଘାଟନ ଦିନ ଶିଖ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏଁ ଆଦାୟ କରିବ ପାକିସ୍ତାନ

ଇସ୍ଲାମାବାଦ : ବୋଧହୁଏ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅସହାୟ ହୋଇପଡିଛନ୍ତି । ତାଙ୍କ କଥା କେହି ଶୁଣୁନାହାନ୍ତି । ସେ ଯେଉଁ ଘୋଷଣା କରୁଛନ୍ତି ପାକିସ୍ତାନ ସେନା ତାହାର ଠିକ ଓଲଟା କରୁଛି । ଗତ ସପ୍ତାହରେ ଇମ୍ରାନ ଘୋଷଣା କରିଥିଲେ ଯେ କର୍ତ୍ତାରପୁର କରିଡର ଉଦଘାଟନ ଦିନ(ନଭେମ୍ବର ୯ ) ଓ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ( ନଭେମ୍ବର ୧୨ ତାରିଖ) ଆସିବାକୁ ଥିବା ଶିଖ ତୀର୍ଥଯାତ୍ରୀଙ୍କଠାରୁ କୌଣସି ପ୍ରବେଶ କର ଆଦାୟ ହେବ ନାହିଁ । କିନ୍ତୁ ଆଜି ପାକିସ୍ତାନ ସରକାରଙ୍କ ତରଫରୁ ଖବର ମିଳିଛି ଯେ ଆସନ୍ତା କାଲି ଅର୍ଥାତ ଉଦଘାଟନ ଦିନଠାରୁ ହିଁ ପ୍ରତି ଯାତ୍ରୀଙ୍କଠାରୁ ୧୫ ଡଲାର (୧୪ଶହ ଟଙ୍କା) ଲେଖାଏଁ ପ୍ରବେଶ ଶୁଳକ ସଂଗ୍ରହ କରାଯିବ ।

ଦୁଇଦିନ ତଳେ ଇମ୍ରାନ କହିଥିଲେ ଯେ କର୍ତ୍ତାରପୁର ଦେଇ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ଆବଶ୍ୟକ ହେବ ନାହିଁ । କିନ୍ତୁ ଏହାକୁ ପାକିସ୍ତାନ ସେନା ଖଣ୍ଡନ କରି କହିଥିଲା ଯେ ପାସପୋର୍ଟ ବାଧ୍ୟତାମୂଳକ ହେବ । ସୂଚନାଯୋଗ୍ୟ ଯେ ପାକିସ୍ତାନର କର୍ତ୍ତାରପୁରଠାରେ ଥିବା ଗୁରୁଦ୍ୱାରା ଦରବାର ସାହେବରେ ଶିଖଧର୍ମ ପ୍ରତିଷ୍ଠାତା ଗୁରୁନାନକ ନିଜର ଶେଷ ସମୟ କଟାଇଥିଲେ । କର୍ତ୍ତାରପୁର କରିଡର ଭାରତରେ ଥିବା ଡେରା ବାବା ନାନକ ସାହେବ ସହ ପାକିସ୍ତାନରେ ଥିବା ଗୁରୁଦ୍ୱାରା ଦରବାର ସାହେବକୁ ସଂଯୋଗ କରୁଛି ।

ସମ୍ବନ୍ଧିତ ଖବର