ପାକିସ୍ତାନର ଖର୍ଚ୍ଚକାଟ : ଜାତୀୟ ଦିବସ ପରେଡରେ ବି କାଣ୍ଟଛାଣ୍ଟ୍  

ଇସ୍ଲାମାବାଦ : ଆର୍ଥିକ ସଙ୍କଟରେ ପଡ଼ିଥିବା ପାକିସ୍ତାନ ସରକାର ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରୁଛନ୍ତି । ମନ୍ତ୍ରୀମାନଙ୍କୁ ଇକୋନୋମି କ୍ଲାସରେ ଯାତ୍ରା କରିବାକୁ କୁହାଯାଇଛି, ପଞ୍ଚତାରକା ହୋଟେଲରେ ମିଟିଂ ଉପରେ କଟକଣା ଲଗାଯାଇଛି । ଏହା ସହିତ ଦେଶର କେତେକ ସଂପତ୍ତି ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଖର୍ଚ୍ଚକାଟ ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତାହାହେଉଛି ପ୍ରତିବର୍ଷ ମାର୍ଚ୍ଚ ୨୩ତାରିଖରେ ଆୟୋଜିତ ହେଉଥିବା ପାକିସ୍ତାନର ଜାତୀୟ ଦିବସ ପରେଡ୍କୁ କାଣ୍ଟଛାଣ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସେନା ସୁତ୍ରକୁ ଉଦ୍ଧାର କରି ପାକିସ୍ତାନ ଗଣମାଧ୍ୟମ ଏ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି ।

ପାକ୍ ସେନାର ମାମଲା ସମ୍ପର୍କରେ ଅବଗତ ଲୋକମାନେ କହିଛନ୍ତି ଯେ ଆର୍ଥିକ ସଙ୍କଟ କାରଣରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ପାକିସ୍ତାନ ଦିବସ ପରେଡ୍ ଶକରପରିଆନ ପ୍ୟାରେଡ୍ ଗ୍ରାଉଣ୍ଡ ପରିବର୍ତ୍ତେ ପ୍ରେସିଡେନ୍ସିରେ ଅନୁଷ୍ଠିତ ହେବ, ଯେଉଁଥିରେ ପାକିସ୍ତାନୀ ସେନା ନିଜର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଶକ୍ତିର ପ୍ରଦର୍ଶନ କରିବ ।

୧୯୪୦ ମସିହାରେ ଲାହୋର ଚୁକ୍ତିକୁ ସ୍ମରଣ କରି ପାକିସ୍ତାନ ଦିବସ ପରେଡ୍ ପାଳନ କରାଯାଏ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଖର୍ଚ୍ଚକାଟ ପାଇଁ ଘୋଷଣା କରିବା ପରେ ସେନା ଏହି ନିଷ୍ପତ୍ତି ନେଇଛି । ସେନା କହିଛି ଯେ ସେ ଦେଶର ଲୋକଙ୍କ ସହ ଏକଜୁଟ ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବ।

ସମ୍ବନ୍ଧିତ ଖବର