କର୍ତ୍ତାରପୁର କରିଡର ପାକିସ୍ତାନ ପାଇଁ ‘ସୁନା ଅଣ୍ଡା ଦିଆ କୁକୁଡ଼ା’; ପାକିସ୍ତାନ ଏଥିରୁ ବାର୍ଷିକ ଆୟ କରିବ ୩୬.୫ ମିଲିୟନ ଆମେରିକୀୟ ଡଲାର

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡର ଭାରତୀୟ ତୀର୍ଥଯାତ୍ରୀମାନଙ୍କ ପାଇଁ ଯେତେ ଲାଭଦାୟକ ହେଉ ବା ନହେଉ; ପାକିସ୍ତାନ ପାଇଁ କିନ୍ତୁ ଏକ ‘ସୁନା ଅଣ୍ଡା ଦିଆ କୁକୁଡ଼ା’ ସଦୃଶ ଲାଭଦାୟୀ ହେବ। କାରଣ, ଏଇ କର୍ତ୍ତାରପୁର କରିଡରରୁ ପାକିସ୍ତାନ ଆୟ କରିବ ବାର୍ଷିକ ୩୬.୫ ମିଲିୟନ ଆମେରିକୀୟ ଡଲାର। ପାକିସ୍ତାନ ସଂପ୍ରତି ଯେଉଁ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି, ସେଥିରେ ବାର୍ଷିକ ୩୬ ମିଲିୟନ ଆମେରିକୀୟ ଡଲାର ତା’ ପାଇଁ ବହୁ ମୂଲ୍ୟ ରଖେ। ଯେଉଁ କାରଣ ପାଇଁ ପାକିସ୍ତାନ ଶେଷ ମୂହୁର୍ତ୍ତ ପର୍ଯନ୍ତ ଭାରତର ସବୁ ଅନୁରୋଧକୁ ପ୍ରତ୍ୟାଖାନ କରି ନିଜ ଜିଦ୍‌ରେ ଅଟଳ ରହିବା ସହ ତୀର୍ଥଯାତ୍ରୀ ପିଛା ୨୦ ଆମେରିକୀୟ ଡଲାର ଆଦାୟ ଜିଦରୁ ପଛକୁ ହଟି ନଥିଲା।

Dawn

ଦୈନିକ ଭାରତରୁ ୫ ହଜାର ତୀର୍ଥଯାତ୍ରୀ କର୍ତ୍ତାରପୁର କରିଡର ଦେଇ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ କର୍ତ୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହିବକୁ ଦର୍ଶନ ପାଇଁ ଯିବାକୁ ଥିବାବେଳେ ପାକିସ୍ତାନ ସେମାନଙ୍କ ଦୈନିକ ୨୦ ଡଲାର ହିସାବରେ ଆଦାୟ କରିବ ୧ ଲକ୍ଷ ଆମେରିକୀୟ ଡଲାର। ପାକିସ୍ତାନୀ ମୁଦ୍ରାରେ ୧.୫୫ କୋଟି ଟଙ୍କା। କର୍ତ୍ତାରପୁର କରିଡର ବର୍ଷକ ୧୨ ମାସ ୩୬୫ ଦିନ ଖୋଲା ରହିବାକୁ ଥିବାବେଳେ ପାକିସ୍ତାନ ଦୈନିକ ୧ଲକ୍ଷ ଆମେରିକୀୟ ଡଲାର ହିସାବରେ ବର୍ଷକୁ ଆୟ କରିବ ୩,୬୫,୦୦,୦୦୦ ଆମେରିକୀୟ ଡଳାର।

ସମ୍ବନ୍ଧିତ ଖବର