କୁଳଭୂଷଣ ଯାଦବଙ୍କୁ ‘କନ୍‌ସୁଲାର୍‌ ଆକ୍‌ସେସ୍‌’ ମଞ୍ଜୁର କରିବ ପାକିସ୍ତାନ: ବୈଦେଶିକ ମନ୍ତ୍ରାଳୟ

ଇସ୍‌ଲାମାବାଦ୍‌: ପାକିସ୍ତାନୀ ଆଇନ ଅନୁଯାୟୀ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ‘କନ୍‌ସୁଲାର୍‌ ଆକ୍‌ସେସ୍‌’ (ଦୂତାବାସର ଅଧିକାରୀମାନେ ତାଙ୍କୁ ଭେଟି ପାରିବେ ବା ଯୋଗାଯୋଗ କରିପାରିବେ) ମଞ୍ଜୁର କରିବେ ଏବଂ ଏଥି ନିମନ୍ତେ ପ୍ରସ୍ତୁତି କରାଯାଉଥିବା କଥା ଗତ ବିଳମ୍ବିତ ରାତ୍ରୀରେ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତିରେ କହିଛି।

ମନ୍ତ୍ରାଳୟ ଆହୁରି କହିଛି ଯେ ଭିଏନା କନ୍‌ଭେନ୍‌ସନ୍‌ ଅନ୍ତର୍ଗତ କନ୍‌ସୁଲାର୍‌ ରିଲେସନ୍‌ସ୍‌ ଅଧୀନରେ ଆସୁଥିବା ତାଙ୍କର ଅଧିକାର ପ୍ରସଙ୍ଗରେ ଯାଦବଙ୍କୁ ସୂଚନା ଦିଆଯାଇଛି।

୪୯ ବର୍ଷିୟ ଯାଦବ ଜଣେ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ। ଗୁପ୍ତଚର ଏବଂ ଆତଙ୍କବାଦ ଅଭିଯୋଗରେ ଏପ୍ରିଲ୍‌ ୨୦୧୭ରେ ପାକିସ୍ତାନୀ ସାମରିକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବା ପରେ ଭାରତ ଇଣ୍ଟର୍‌ନେସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ର ଦ୍ୱାରସ୍ଥ ହୋଇଥିଲା।

‘ଆଇସିଜେ’ର ଅଧ୍ୟକ୍ଷ ବିଚାରପତି ଅବ୍‌ଦୁଲ୍‌କ୍ୱାଇ ୟୁସୁଫ୍‌ଙ୍କ ନେତୃତ୍ୱାଧୀନ ୧୬ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ବୁଧବାର ଦିନ ୧୫-୧ ଭୋଟ୍‌ରେ ପାକିସ୍ତାନକୁ ଆଦେଶ ଦେଇଥିଲେ କି, ଯାଦବଙ୍କ ଦଣ୍ଡାଦେଶର ଫଳପ୍ରଦ ସମୀକ୍ଷା ଏବଂ ପୁନର୍ବିଚାର କରାଯାଉ। ଏହାଛଡ଼ା ଅବିଳମ୍ବେ ଭାରତକୁ ଯାଦବଙ୍କ ଲାଗି କନ୍‌ସୁଲାର୍‌ ଆକ୍‌ସେସ୍‌ ଦିଆଯାଉ।

ସମ୍ବନ୍ଧିତ ଖବର