ସାର୍କ ସମ୍ମିଳନୀ ପାଇଁ ମୋଦିଙ୍କୁ ନିମନ୍ତ୍ରଣ ଦେବ ପାକିସ୍ତାନ

ଇସ୍‌ଲାମବାଦ୍‌: ଭାରତ ଓ ପାକିସ୍ତାନ ଭିତରେ ଥିବା ଖରାପ ସଂପର୍କକୁ ସୁଧାରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଉଥ୍‌ ଆସୋସିଏସନ୍‌ ଫର୍‌ ରିଜିଓନାଲ୍‌ କୋପରେସନ୍‌(ସାର୍କ) ସମ୍ମିଳନୀକୁ ନିମନ୍ତ୍ରଣ କରିବେ ବୋଲି ସୂଚନା ରହିଛି।

ଏକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମହମ୍ମଦ ଫୈସଲ୍‌ ମଙ୍ଗଳବାର ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଡନ୍‌କୁ ଏ ସଂପର୍କରେ ସୂଚନା ଦେଇଛନ୍ତି।

ପୂର୍ବରୁ ଇମ୍ରାନ୍‌ ଖାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ଜରିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ରଚନାତ୍ମକ ସଂପର୍କ ବିଷୟରେ ଲେଖିବା ସହ ମୋଦିଙ୍କୁ ପାକିସ୍ତାନ ଯିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ମାତ୍ର ଏକ ମାସ ମଧ୍ୟରେ ସେପ୍ଟେମ୍ବର ୧୪ ତାରିଖରେ ଇମ୍ରାନ୍‌ ଖାନ ମୋଦିଙ୍କ ନିକଟକୁ ଉକ୍ତ ଚିଠି ଲେଖି ତାଙ୍କୁ ପାକିସ୍ତାନ ଯିବାକୁ ନିମନ୍ତ୍ରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ପତ୍ର ପାଇବା ପରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ହେବା ଖୁସିରେ ଏକ ଗ୍ରିଟିଙ୍ଗ୍‌ସ ଜରିଆରେ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର