ଇସ୍ଲାମାବାଦ: ପାକିସ୍ତାନ ଅର୍ଥନୀତିର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଲୋକମାନେ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ କିଣିବା ପାଇଁ ସଂଘର୍ଷ କରୁଛନ୍ତି। ପାକିସ୍ତାନ ଉପରେ ବିଦେଶୀ ଋଣ ବୋଝ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସ୍ଥିତି ଏପରି ହୋଇଛି ଯେ, ପାକିସ୍ତାନ ସରକାରଙ୍କୁ ନିଜ ଯୁଦ୍ଧ ବିମାନ ବିକିବାକୁ ପଡ଼ିଲାଣି ।
ଆଜରବାଇଜାନ ୧.୬ ବିଲିୟନ ଡଲାରର ଚୁକ୍ତି ଅନୁଯାୟୀ ପାକିସ୍ତାନଠାରୁ ଚୀନ ନିର୍ମିତ ମଲ୍ଟି ରୋଲ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ କିଣିଥିବା ଜଣାପଡିଛି । ପାକିସ୍ତାନୀ ସେନା କହିଛି ଯେ ସେମାନେ ନିକଟରେ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ ବିକ୍ରି କରିବା ପାଇଁ ଆଜରବାଇଜାନ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି।
ଆଜରବାଇଜାନ ୧.୬ ବିଲିୟନ ଡଲାରର ଚୁକ୍ତି ଅନୁଯାୟୀ ପାକିସ୍ତାନଠାରୁ ଚୀନ ନିର୍ମିତ ମଲ୍ଟି ରୋଲ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ କିଣିଥିବା ଜଣାପଡିଛି । ପାକିସ୍ତାନୀ ସେନା କହିଛି ଯେ ସେମାନେ ନିକଟରେ ଜେଏଫ-୧୭ ବ୍ଲକ-୩ ଲଢୁଆ ବିମାନ ବିକ୍ରି କରିବା ପାଇଁ ଆଜରବାଇଜାନ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। 'ଡନ୍' ଖବରକାଗଜ ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଅନୁମାନ କରାଯାଉଛି। ୧.୬ ବିଲିୟନ ଡଲାରର ଏହି ଚୁକ୍ତିରେ ବିମାନ, ଅସ୍ତ୍ରଶସ୍ତ୍ର ଏବଂ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ବୋଲି ଆଜରବାଇଜାନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି, କିନ୍ତୁ କିଣାଯାଇଥିବା ବିମାନର ସଠିକ ସଂଖ୍ୟା ନିର୍ଦ୍ଦିଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଯେ ପାକିସ୍ତାନ ନିଜେ କୌଣସି ଯୁଦ୍ଧ ବିମାନ ତିଆରି କରେ ନାହିଁ । ଉଭୟ ଆମେରିକା ଓ ଚୀନ ପାକିସ୍ତାନକୁ ଏସବୁ ବିମାନ ଦାନ ସୁତ୍ରରେ କିମ୍ବା ଅଳ୍ପ ଦାମରେ ପ୍ରଦାନ କରିଛନ୍ତି । କିନ୍ତୁ ସର୍ତ୍ତ ଅନୁସାରେ ପାକିସ୍ତାନ ଆମେରିକା ପ୍ରଦତ୍ତ ଏଫ-୧୬ ବିମାନ ବିକି ପାରିବ ନାହିଁ । ଫଳରେ ଏବେ ପାକିସ୍ତାନ ଚୀନ ନିର୍ମିତ ବିମାନକୁ ବିକି ଦେଇଛି ।