ସଂକ୍ରମଣ ବଢାଇବା ପାଇଁ କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପଠାଇବା ଯୋଜନାରେ ପାକ୍‌: ଡିଜିପି ଦିଲବାଗ ସିଂ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂ ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନ ବର୍ତ୍ତମାନ କଶ୍ମୀରରେ ଲୋକଙ୍କୁ କରୋନା ସଂକ୍ରମିତ କରାଇବା ପାଇଁ କରୋନାଭାଇରସ୍ ପଜିଟିଭ ରୋଗୀ ପଠାଇବା ଆରମ୍ଭ କରିପାରେ ବୋଲି ଆମେ ଶୁଣିବାକୁ ପାଇଛୁ । ଜମ୍ମୁ-କାଶ୍ମୀର ଡିଜିପିଙ୍କ କହିବା ମୁତାବକ, “ଆମେ ଯାହା ଶୁଣିଛୁ, ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ରପ୍ତାନି କରୁଥିଲା, ବର୍ତ୍ତମାନ ସେ କଶ୍ମୀରରେ ଲୋକଙ୍କୁ ସଂକ୍ରମିତ କରିବା ପାଇଁ କରୋନାଭାଇରସ୍ ପଜିଟିଭ ଆତଙ୍କବାଦୀ ରପ୍ତାନି କରିବ। ଏହା ଚିନ୍ତାର ବିଷୟ।”

ସୂଚନା ମୁତାବକ, ଆଜି ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଜିଲ୍ଲାର ପୁଲିସ ଟ୍ରେନିଂ ସ୍କୁଲ ମଣିଗାମ ଭିତରେ ସ୍ଥାପିତ ହୋଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କରିବା ସହ ଉତ୍ତର କଶ୍ମୀରର ଗାନଦେରବାଲ ଜିଲ୍ଲାର କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କରିଥିଲେ | ସେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଆବଶ୍ୟକ ସୁବିଧାର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପୁଲିସ ମହାନିର୍ଦ୍ଦେଶକ ଲୋକଙ୍କୁ ଏହି ସଂକ୍ରମିତ ଆତଙ୍କବାଦୀଙ୍କ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଥିଲେ, କରୋନା ସଂକ୍ରମିତ ଆତଙ୍କବାଦୀମାନେ ଏହି ଭୂତାଣୁକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଜମ୍ମୁ-କଶ୍ମୀରକୁ ପ୍ରବେଶ କରିବାର ଆଶଙ୍କା ରହିଛି । ତାଙ୍କ କହିବା ମୁତାବକ, ଏପର୍ଯ୍ୟନ୍ତ ଆତଙ୍କବାଦୀ ରପ୍ତାନି କରୁଥିବା ପାକିସ୍ତାନ ଏବେ କରୋନା ରୋଗୀଙ୍କୁ ରପ୍ତାନି କରିବ ବୋଲି ସାମ୍ନାକୁ ଆସିଛି। ପାକିସ୍ତାନର ଆତଙ୍କବାଦୀ ଶିବିରରେ କରୋନା ବ୍ୟାପିଛି ବୋଲି ଦୃଢ ପ୍ରମାଣ ରହିଛି। ବର୍ତ୍ତମାନ ପାକିସ୍ତାନ କରୋନା ଦ୍ୱାରା ପୀଡିତ ଆତଙ୍କବାଦୀଙ୍କୁ ପଠାଇ ଏଠାରେ ଲୋକଙ୍କୁ ସଂକ୍ରମିତ କରିବାକୁ ଚେଷ୍ଟା କରିବ। ସେଥିପାଇଁ ଆମକୁ ସତର୍କ ରହିବାକୁ ହେବ |

oneindia

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଜମ୍ମୁ-କଶ୍ମୀରରେ ଏପର୍ଯ୍ୟନ୍ତ ୩୮୦ କୋଭିଡ-୧୯ ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର