ଇସ୍ଲାମବାଦ୍: କର୍ତାରପୁର କରିଡରକୁ ବ୍ୟବହାର କରୁଥିବା ଭାରତୀୟ ମାନଙ୍କ ପାଇଁ ପାକିସ୍ତାନ ଭାରତକୁ ଏକ ପ୍ରସ୍ତାବ ପଠାଇବ। ଏହି ପ୍ରସ୍ତାବରେ ଭାରତୀୟ ତୀର୍ଥ ଯାତ୍ରୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କେତେକ ମାନଦଣ୍ଡ ସଂପର୍କରେ ଉଲ୍ଲେଖ କରାଯିବ ବୋଲି ସୂଚନା ରହିଛି।
ଏଏନ୍ଆଇ ମୁତାବକ, ପାକିସ୍ତାନୀ ସରକାର ମୁଖ୍ୟତଃ ଭାରତୀୟ ତୀର୍ଥଯାତ୍ରୀଙ୍କୁ ପାସପୋର୍ଟ ଓ ଅନ୍ୟମାନଙ୍କ ସହ ତୀର୍ଥସ୍ଥାନକୁ ପ୍ରବେଶ କରିବା କରିବାର ଅନୁମତି ଦେବା ସଂପର୍କରେ ଉଲ୍ଲେଖ କରି ପ୍ରସ୍ତାବ ଦେବ।
ପ୍ରସ୍ତାବରେ ଉଲ୍ଲେଖ କରାଯିବ ଯେ କର୍ତାରପୁରକୁ ପ୍ରବେଶ କରିବା ପାଇଁ ତୀର୍ଥଯାତ୍ରୀମାନଙ୍କୁ ପ୍ରବେଶ ଅନୁମତି ଓ ପାସ୍ପୋର୍ଟ ବାଧ୍ୟତାମୂଳକ କରାଯିବ।
ଏଥି ସହିତ ପାକିସ୍ତାନ ଦିନକୁ ୫୦୦ରୁ ଊର୍ଧ୍ୱ ଭାରତୀୟ ତୀର୍ଥଯାତ୍ରୀଙ୍କୁ କର୍ତାରପୁରକୁ ଯିବା ପାଇଁ ଅନୁମତି ଦେବ ନାହିଁ ବୋଲି ମଧ୍ୟ ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଗତ ନଭେମ୍ବର ମାସରୁ ପାକିସ୍ତାନ ତୀର୍ଥଯାତ୍ରୀଙ୍କ ସକାଶେ କର୍ତରପୁର ସୀମା ଦ୍ୱାର ଖୋଲି ଦେଇଛି। ଫଳରେ ଭାରତୀୟ ଶିଖ୍ ମାନେ ବିନା ଭିସାରେ କର୍ତାରପୁର ସାହିବ ଗୁରୁଦ୍ୱାରରେ ପ୍ରବେଶ କରି ପାରୁଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ପାକିସ୍ତାନର ନରଓ୍ଵାଲ ଜିଲ୍ଲାରେ ରହିଥିବା କର୍ତରପୁର ସାହିବ ଗୁରୁଦ୍ୱାରରେ ଶିଖ୍ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକ ୧୮ ବର୍ଷ କାଟିଥିବା ହେତୁ ସେହି ସ୍ଥାନକୁ ଶିଖ୍ ଧର୍ମୀମାନେ ସର୍ବଶ୍ରେଷ୍ଠ ତୀର୍ଥସ୍ଥାନ ବୋଲି ଭାବନ୍ତି।