ଇସଲାମାବାଦ: ମଙ୍ଗଳବାର ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରାଯାଇଥିଲା। ବଲୁଚ ମୁକ୍ତି ସେନା(ବିଏଲ୍ଏ) ୧୫ ଘଣ୍ଟାରୁ ଅଧିକ ସମୟ ହେଲାଣି ଟ୍ରେନ୍କୁ ଅପହରଣ କରି ରଖିଛି। ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ବଲୁଚ୍ ବିଦ୍ରୋହୀଙ୍କ କବଳରୁ ଟ୍ରେନ୍କୁ ମୁକ୍ତ କରିବାରେ ବିଫଳ ହୋଇଛି। ତଥାପି, ସଫଳତାର ଢୋଲ ବଜାଇବାରେ ସେନା ଏବଂ ସରକାର ବହୁତ ଆଗରେ ଅଛନ୍ତି। କିଛି ଘଣ୍ଟା ତଳେ ପାକିସ୍ତାନୀ ସେନା ଦାବି କରିଥିଲା ଯେ ସେମାନେ ବିଦ୍ରୋହୀଙ୍କ କବଳରୁ ୧୦୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। କିନ୍ତୁ, କିଛି ସମୟ ପରେ ତାଙ୍କର ଦାବି ମିଥ୍ୟା ପ୍ରମାଣିତ ହେଲା।
ଯାତ୍ରୀମାନେ ବାହାରକୁ ଆସି ସେନା କରୁଥିବା ଦାବିର ପର୍ଦ୍ଦାଫାସ କଲେ। ଅପହୃତ ଟ୍ରେନ୍ରୁ ସୁରକ୍ଷିତ ଭାବରେ ବାହାରକୁ ଆସିଥିବା ଯାତ୍ରୀମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ବନ୍ଧୁକଧାରୀ ବିଦ୍ରୋହୀମାନେ ନିଜେ ଛାଡ଼ି ଦେଇଛନ୍ତି। ସେନାର ଏଥିରେ କୌଣସି ହାତ ନାହିଁ। ପ୍ରାୟ ୧୦୪ଜଣଙ୍କୁ ମୁକ୍ତ କରାଯାଇଛି। ବିଏଲ୍ଏ ସାଧାରଣ ଜନତାଙ୍କ ପରିବର୍ତ୍ତେ ଟ୍ରେନରେ ଯାତ୍ରା କରୁଥିବା ସେନା କର୍ମୀ ଓ ପୁଲିସକୁ ବନ୍ଧକ ରଖିବାକୁ ଚାହୁଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୩୦ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/12/8iY79k5QCSJq1EpW0IP0.jpg)