ପାକ୍‌ରେ ସବୁଠୁ ବଡ଼ ଆତଙ୍କବାଦୀ ଶିବିର, ତାଲିମ ନେବେ ୩୦୦୦ ଆତଙ୍କବାଦୀ

ଇସଲାମାବାଦ୍‌: ପାକିସ୍ତାନରେ ଏବେ ବଢ଼ି ଚାଲିଛି ଜୈଶ ଆତଙ୍କବାଦୀ ସଂଗଠନର ସାମ୍ରାଜ୍ୟ। ୨୦୦୦ ମସିହାରୁ ପାକ୍‌ର ପଂଜାବ ପ୍ରଦେଶରେ ଗଠନ ହୋଇଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଏବେ ୧୦ ହଜାରରୁ ଅଧିକ ସଶସ୍ତ୍ର ଆତଙ୍କବାଦୀ ରହିଛନ୍ତି। ବାହଓ୍ଵଲପୁରରେ ଏବେ ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ ତାଲିମ୍‌ ଶିବର ନିର୍ମାଣ ସଂପୂର୍ଣ୍ଣ କରିଛି ଜୈଶ। ଏଠାରେ ଏକାବେଳେ ୩୦୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ତାଲିମ୍‌ ନେବେ। ୧୫ ଏକର ଜାଗାରେ ଏହି ତାଲିମ୍‌ ପ୍ରତିଷ୍ଠାନ ନିର୍ମାଣ ହୋଇଛି। ମୁଖ୍ୟତଃ ଭାରତକୁ ଟାର୍ଗେଟ୍‌ କରି ଏହି ତାଲିମ ଶିବିର ସ୍ଥାପନ ହୋଇଛି। ଏହା ଜେଇଏମ୍‌ର ମୁଖ୍ୟ କାର୍ଯ୍ୟାଳୟର ଆକାରଠାରୁ   ୫ ଗୁଣ ବଡ଼। ଭାରତରେ ନିହତ ହେଉଥିବା ଜୈଶ ଆତଙ୍କବାଦୀଙ୍କୁ ଏବେ ପେନ୍‌୍‌ସନ ପ୍ରଦାନ କରାଯାଉଥିବା ବେଳେ ଅଧିକରୁ ଅଧିକ କଶ୍ମୀରୀ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଜୈଶ ନିଜ ଆଡ଼କୁ ଆକୃଷ୍ଟ କରୁଛି। ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇକୁ ଜିତାଇବାକୁ ଜେଇଏମ୍‌ ମଧ୍ୟ ଚଳିତ ନିର୍ବାଚନରେ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିଥିଲା।   ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ  ହୋଇଥିବା ବେଳେ ଏହାର କୌଣସି କଟକଣା ମଧ୍ୟ କାମ କରୁନାହିଁ। ଫଳରେ ପାକିସ୍ତାନରେ ଏବେ ଆତଙ୍କବାଦୀମାନେ ମୁକ୍ତ ବିଚରଣ କରୁଛନ୍ତି।  ସ୍ଥାନୀୟ ଗଣମାଧ୍ୟମ ରେକର୍ଡରୁ ଜଣାଯାଇଛି ଯେ ନୂଆ ବାହଓ୍ଵଲପୁର କୋଠା ପାଇଁ ଜମି ସିଧାସଳଖ ଗ୍ରୁପ୍‌ର କମାଣ୍ଡର ମାସୁଦ୍‌ ଆଝାର ଦ୍ୱାରା କିଣାଯାଇଛି। ତାଲିମ ଶିବିର ନିର୍ମାଣ ହୋଇଥିବା ଅଂଚଳରେ ଏକର ପ୍ରତି ଜମିର ମୂଲ୍ୟ ୮୦-୯୦ ଲକ୍ଷ ଟଙ୍କା ରହିଛି। ସମସ୍ତ ଜିହାଦି ଅପରେସନ୍‌ର ଏହା କେନ୍ଦ୍ରସ୍ଥଳ ହେବ। ଏଠାରେ କିଚେନ୍‌,  ମେଡିକାଲ ସୁବିଧା, କ୍ଲାସରମୁ୍‌, ବିଶାଳ ଅଣ୍ଡରଗ୍ରାଉଣ୍ଡ୍‌ ଏବଂ  ସ୍ୱିମିଂ ପୁଲ୍‌ଠାରୁ ଆରମ୍ଭ କରି ଖେଳ ପଡ଼ିଆ ମଧ୍ୟ ରହିବ। ଏବେ ଜେଇଏମ୍‌ର ସ୍ଥାନୀୟ କମାଣ୍ଡରମାନେ ଏବେ ପଞ୍ଜାବ ପ୍ରଦେଶର ବିଭିନ୍ନ ମସଜିଦ୍‌ର  ଜନ ସମାଗମରେ ଯୋଗ ଦେଇ ପାଣ୍ଠି ଯୋଗାଡ଼ କରୁଛନ୍ତି।

ସମ୍ବନ୍ଧିତ ଖବର