କାବୁଲ ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନର ନିନ୍ଦା, କୁମ୍ଭୀର କାନ୍ଦଣା ବୋଲି କହିଲେ ଲୋକେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ସର୍ବଶେଷ ଖବର ଅନୁସାରେ ମୃତ୍ୟୁ ସଂଖ୍ୟା ୯୫ରେ ପହଞ୍ଚିଥିବାବେଳେ, ଆହତ ସଂଖ୍ୟା ୧୫୮ ରେ ପହଞ୍ଚିଛି । ଏହାକୁ ଭାରତ ସରକାର କଡ଼ା ଭାଷାରେ ନିନ୍ଦା କରିଛନ୍ତି । ନିରିହ ଜନତା, ମହିଳା ଓ ଶିଶୁଙ୍କ ଉପରେ କରାଯାଇଥିବା ଏହି ଆକ୍ରମଣକୁ ଭାରତ ସରକାର ନିନ୍ଦା କରୁଛନ୍ତି । ଭାରତ ସରକାର ଓ ଭାରତୀୟ ଜନତା ବିପଦର ଏହି ସମୟରେ ଆଫଗାନିସ୍ତାନ ଲୋକ ଓ ସରକାରଙ୍କ ସହିତ ରହିଛନ୍ତି ଓ ସବୁ ପ୍ରକାରର ସହାୟତା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଆମେରିକା, ଚୀନ, ଜାପାନ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ପାକିସ୍ତାନ ସରକାର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । କିନ୍ତୁ ପାକିସ୍ତାନ ସରକାରଙ୍କ ଏହି ନିନ୍ଦାକୁ ନେଇ ଟ୍ଵିଟରରେ ଅନେକ ସମାଲୋଚନା କରାଯାଇଛି । କେତେକ ଏହାକୁ କୁମ୍ଭୀର କାନ୍ଦଣା ବୋଲି କହୁଥିବାବେଳେ ଆଉ କେତେକ ଏହାକୁ ପାକିସ୍ତାନର ନାଟକ ବୋଲି କହିଛନ୍ତି । କାରଣ ପାକିସ୍ତାନ ହିଁ ତାଲିବାନକୁ ସମର୍ଥନ ଦେଉଛି । ଏଣୁ ଏହି ଆକ୍ରମଣ ପଛରେ ପାକିସ୍ତାନର ବି ହାତ ଅଛି ବୋଲି ସମସ୍ତେ ଜାଣିଛନ୍ତି । ଏଣୁ ଏପରି ନିନ୍ଦାର କୌଣସି ଅର୍ଥନାହିଁ ବୋଲି ଜଣେ ଟ୍ଵିଟରରେ ଲେଖିଛନ୍ତି । ଆଉ ଜଣେ ଲେଖିଛନ୍ତି ଯେ ପାକିସ୍ତାନ ସରକାର ଏପରି ନିନ୍ଦା ପ୍ରେସ ବିଜ୍ଞପ୍ତି ପାଇଁ ଗୋଟିଏ ପୁରୁଣା ଲେଖା ରଖିଛନ୍ତି, ଯାହାକୁ କେବଳ ସ୍ଥାନ ଓ ସମୟ ଓ ମୃତ୍ୟୁ ସଂଖ୍ୟା ବଦଳାଇ ଦିଆଯାଉଛି ।

ସମ୍ବନ୍ଧିତ ଖବର