ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ହୋଇଥିବା ୨୧ ଦିନିଆ ଲକ୍ଡାଉନ୍କୁ ନେଇ ଦିଲ୍ଲୀ ପୁଲିସ୍ ଏକ ଗମ୍ଭୀର ରିପୋର୍ଟ ପ୍ରଦାନ କରିଛି। ଲକ୍ଡାଉନ୍କୁ ସମ୍ମାନ ଦେଇ ଦେଶବାସୀ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଭାରତ ପ୍ରଚାର କରୁଥିବା ବେଳେ ତାହାର ବିପକ୍ଷବାଦୀ ପ୍ରଚାର କରୁଛି ପାକିସ୍ତାନ। ଭାରତରେ ଥିବା ମୁସ୍ଲମାନମାନଙ୍କୁ ଲକ୍ଡାଉନ୍ ନମାନିବାକୁ ପାକିସ୍ତାନ ଉସୁକାଉଛି ବୋଲି ଦିଲ୍ଲୀ ପୁଲିସ୍ ରିପୋର୍ଟ ପ୍ରଦାନ କରିଛି।
ପୂର୍ବରୁ ଦିଲ୍ଲୀ ପୁଲିସ୍ ସୂଚନା ପ୍ରଦାନ କରିଥିଲା ଯେ ପାକିସ୍ତାନ ସୋସିଆଲ୍ ମିଡିଆରେ .ଫେକ୍ ଖବର ପ୍ରକାଶ କରି ଭାରତରେ ଥିବା ମୁସ୍ଲମାନଙ୍କ ଭିତରେ ହିଂସାତ୍ମକ ଭାବ ସୃଷ୍ଟି କରାଉଛି।
ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଫେକ୍ ଭିଡିଓରେ ଦେଖିବାକୁ ମିଳିଥିଲା ଯେ କିଛି ମୁସ୍ଲମାନ୍ କରୋନା ଟେଷ୍ଟ୍ ପାଇଁ ଅମଙ୍ଗ ହେବା ସହ ସ୍ବାସ୍ଥ୍ୟକର୍ମୀଙ୍କୁ ମାରଧର କରୁଛନ୍ତି। ଏହାଛଡ଼ା ଅନ୍ୟ ମୁସ୍ଲମାନ ଭାଇମାନେ କରୋନା ପରୀକ୍ଷା କରନ୍ତୁ ନାହିଁ ବୋଲି ବ୍ୟକ୍ତି ଜଣକ ଭିଡିଓରେ କହୁଥିବାର ଦେଖିବାକୁ ମିଳିଥିଲା। ସେହି ଭିଡିଓ ଅନେକଙ୍କୁ ପ୍ରେରିତ କରିଛି। ଭିଡିଓଟି ପାକିସ୍ତାନର ଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।