ଟେଲିଭିଜନ୍‌ରେ ଲାଇଭ୍‌ ଡିବେଟ୍‌ ଚାଲିଥିବା ସମୟରେ ଚୌକିରୁ ଖସି ପଡ଼ିଲେ ବିଶାରଦ, ଟୁଇଟରେ ଲୋକେ ଉଡାଇଲେ ଏମିତି ମଜାକ୍‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀର ପ୍ରସଙ୍ଗଙ୍କୁ ନେଇ ମହଲ ଗରମ ରହିଛି। ମୋଦି ସରକାର ଦ୍ୱାରା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ କ’ଣ କରିବ କିଛି ବୁଝି ବିଚାରି ପାରୁନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଠାରୁ ନେଇ ତାଙ୍କ ମନ୍ତ୍ରୀ ତଥା ପାକିସ୍ତାନ ନ୍ୟୁଜ ଚ୍ୟାନେଲ ସମସ୍ତେ କଶ୍ମୀର ପ୍ରସଙ୍ଗଙ୍କୁ ନେଇ ଆଲୋଚନା ଜୋରଦାର କରୁଛନ୍ତି।

ପାକିସ୍ତାନକୁ ନେଇ ପୂରା ଦେଶ ମଜାକ୍‌ ଉଡାଉଥିବା ବେଳେ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ପାକିସ୍ତାନ ନ୍ୟୁଜ ଚ୍ୟାନେଲରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ଦେଖିବାକୁ ମିଳୁଛି। ଏହି ଗମ୍ଭୀର ଚର୍ଚ୍ଚା ଚାଲିଥିବା ବେଳେ ଟେଲିଭିଜନ୍‌ ପରଦାରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ଦେଖି ସମସ୍ତେ ଠୋ ଠୋ ହୋଇ ହସିବାକୁ ଲାଗୁଛନ୍ତି। ଏହି ଭିଡିଓ ସେପ୍ଟେମ୍ବର ୧୬ର ବୋଲି କୁହାଯାଉଛି।

 

ଭିଡିଓରେ ଦେଖିବାକୁ ମିଳୁଛି କି ପାକିସ୍ତାନୀ ବିଶାରଦ ମଜହର ବରଲାସ୍‌ ଟେଲିଭିଜନ୍‌ରେ ସିଧାପ୍ରସାରଣ ଚାଲିଥିବା ବେଳେ ହଠାତ ଚୌକିରୁ ପଡ଼ି ଯାଉଛନ୍ତି। ଏହି ଘଟଣାର ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମ୍ବାଦ ଉପସ୍ଥାପକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ଏତିକି ନୁହେଁ ସମ୍ବାଦ ଉପସ୍ଥାପକଙ୍କ ପ୍ରତିକ୍ରିୟାକୁ ଦେଖିଲେ ଆପଣ ବି ହସିହସି ବେଦମ୍‌ ହୋଇଯିବେ।  ମଜହର ବରଲାସ ଚୌକିରୁ ପଡ଼ିବା ଦୃଶ୍ୟ ଦେଖି ଟିଭି ପରଦାରେ ଉପସ୍ଥାପକ ଜିଭ କାମୁଡି ପକାଉଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ କି କୌଣସି ପାକିସ୍ତାନ ନ୍ୟୁଜ ଚ୍ୟାନେଲର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏମିତି ଅନେକ ପାକିସ୍ତାନ ନ୍ୟୁଜ ଭିଡିଓ ରହିଛି ଯାହାକୁ ଦେଖି ଆପଣ ଆପଣଙ୍କ ହସ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରିବେ ନାହିଁ।

ସମ୍ବନ୍ଧିତ ଖବର