‘‘ଭାଲେଣ୍ଟାଇନ୍‌ସ୍‌ ଡେ’ ଦିନ ପାକିସ୍ତାନ ବିଶ୍ୱବିଦ୍ୟାଳୟ ପାଳିବ ‘ସିଷ୍ଟର୍ସ ଡେ’

ଲାହୋର: ଇସ୍‌ଲାମୀୟ ପରମ୍ପରାର ପ୍ରସାର ଲାଗି ଫେବ୍ରୁଆରି ୧୪ ତାରିଖ ଦିନ ଏକ ପାକିସ୍ତାନୀ ବିଶ୍ୱବିଦ୍ୟାଳୟ ‘ସିଷ୍ଟର୍ସ ଡେ’ ପାଳିବ ବୋଲି କୁଳପତି କହିଛନ୍ତି।

ଫୈସାଲାବାଦ ଠାରେ ଥିବା କୃଷି ବିଶ୍ୱବିଦ୍ୟାଳୟର କୁଳପତି ଜଫର୍‌ ଇକ୍‌ବାଲ୍‌ ରାନ୍ଧଓ୍ଵା ଏବଂ ଅନ୍ୟମାନେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଛାତ୍ରୀମାନଙ୍କୁ ଓଢ଼ଣି ଓ ଅବୟା ଦିଆଯାଇ ପାରିବ ବୋଲି ‘ଡଅନ୍‌’ ଖବରକାଗଜ ରିପୋର୍ଟ କରିଛି।

କୁଳପତିଙ୍କ ବିଶ୍ୱାସ ଏହା ପାକିସ୍ତାନର ସଂସ୍କୃତ ଓ ଇସ୍‌ଲାମୀୟ ପରମ୍ପରା ସହ ଖାପ ଖାଇବ।

ବିଶ୍ୱବ୍ୟାପୀ ଫେବ୍ରୁଆରି ୧୪ ତାରିଖ ଦିନ ଭାଲେଣ୍ଟାଇନ୍‌ସ୍‌ ଡେ ପାଳନ କରା ଯାଏ। ସେ ଦିନ ଲୋକେ ଶୁଭେଚ୍ଛାପତ୍ର ଓ ଉପହାର ଜରିଆରେ ସେମାନଙ୍କର ସ୍ନେହ ଓ ଶ୍ରଦ୍ଧା ପ୍ରକାଶ କରିଥାଆନ୍ତି।

ରାନ୍ଧ୍‌ଓ୍ଵା କହିଛନ୍ତି: ଇସ୍‌ଲାମୀୟ ପରମ୍ପରାର ପ୍ରସାର ନିମନ୍ତେ ଫେବ୍ରୁଆରି ୧୪ ତାରିଖ ଦିନ ‘ସିଷ୍ଟର୍ସ ଡେ’ ପାଳିବାକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଛି।

ସେ ଆହୁରି କହିଛନ୍ତି ଯେ ତାଙ୍କ ପ୍ରସ୍ତାବିତ ‘ସିଷ୍ଟର୍ସ ଡେ’ ପାଳନ କଥାଟି କ୍ଲିକ୍‌ କରିବ କି, ନାହିଁ ସେ ନିଶ୍ଚିତ ନୁହନ୍ତି। କେତେକ ମୁସଲମାନ ଭାଲେଣ୍ଟାଇନ୍‌ ଡେ’କୁ ବିପଦ ବୋଲି ଦର୍ଶାଇଥିବା ବେଳେ ମୁଁ ଚିନ୍ତା କଲି ସେ ବିପଦ୍‌କୁ ଗୋଟାଏ ଅବସର କରି ଦେବା ଉଚିତ।

ଆମ ବିଚାରରେ ମହିଳାମାନଙ୍କ ମର୍ଯ୍ୟାଦା ଖୁବ୍‌ ଉଚ୍ଚରେ। ଆଜିକାଲି ଏଠି ‘ଜେଣ୍ଡର୍‌ ଏମ୍ପାଓ୍ଵାର୍‌ମେଣ୍ଟ୍‌ ଯୁଗ, ପାଶ୍ଚାତ୍ୟ ବିଚାରଧାରା ପ୍ରସାରିତ ହେଉଛି। କିନ୍ତୁ ଆମ ଧର୍ମ ଓ ସଂସ୍କୃତିରେ ରହିଛି ସର୍ବୋତ୍ତମ ଲିଙ୍ଗଗତ ଶକ୍ତିକରଣ ଏବଂ କର୍ମର ଶ୍ରେଣୀ ବିଭାଗ।

ସମ୍ବନ୍ଧିତ ଖବର