କର୍ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ ନ ଦେଇପାରେ ପାକିସ୍ତାନ

ଇସ୍‌ଲାମବାଦ୍‌: କର୍ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ନିମନ୍ତ୍ରଣ ନ କରିପାରେ ପାକିସ୍ତାନ। ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦକୁ ନେଇ ମୋଦୀଙ୍କୁ ବିରୋଧ  ପ୍ରଦର୍ଶନ କରି ପାକିସ୍ତାନ ଏପରି ନିଷ୍ପତ୍ତି ନେଇଛି। କଶ୍ମୀରରେ ଲାଗିଥିବା ସମସ୍ତ କଟକଣାକୁ ହଟାଇ ଦେବା ପାଇଁ ପାକିସ୍ତାନ ବାରମ୍ବାର କହୁଥିବା ସତ୍ୱେ ଏହା ଦେଶର ଆଭ୍ୟନ୍ତରୀଣ  ମାମଲା ବୋଲି କହି ଏଡ଼େଇ ଚାଲିଛି ଭାରତ।

ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସୀ ଏବଂ କିଛି ଶୀର୍ଷ ସ୍ତରୀୟ ନେତା କଶ୍ମୀର ପ୍ରଂସଗ ଅନ୍ତର୍ଜାତୀୟ ମଞ୍ଚରେ ଉଠାଇବାକୁ ଉଦ୍ୟମ ଚଳାଇ ଥିଲେ ମଧ୍ୟ ସଫଳତା ପାଇ ନାହାନ୍ତି । ମାତ୍ର କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ସେ ପ୍ରସଂଗରେ ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛି ଭାରତ।

The Hindu

ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକ ଅବସରରେ ପାକିସ୍ତାନରେ ଥିବା ଗୁରୁଦ୍ବାରା କର୍ତାରପୁର ସାହିବକୁ ଭାରତ ସହ ଯୋଡ଼ିଥିବା  ବହୁ ପ୍ରତୀକ୍ଷିତ କର୍ତାରପୁର କରିଡର  ଆସନ୍ତା ନଭେମ୍ବର ୯ ତାରିଖରେ ଉଦ୍‌ଘାଟନ ହେବ। ଏଥି ନେଇ ଉତ୍ସବର ଆୟୋଜନ କରାଯାଇଛି। ପାକିସ୍ତାନ ପୂର୍ବରୁ ଘୋଷଣା କରିଛି ଯେ ଏହି କାର୍ଯ୍ୟକ୍ରମ ପାଇଁ ୧୫୨ଟି କାଉଣ୍ଟର୍‌ କରାଯାଇଛି। ଫଳରେ ୫ ହଜାର ତୀର୍ଥଯାତ୍ରୀଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ। ପରେ ଏହା ୧୦ ହଜାରକୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର