ବାଲୋଚ ନେତାଙ୍କ ଅଭିଯୋଗ: ବାଲୋଚିସ୍ତାନ ଓ ସିନ୍ଧ୍‌ରେ ସାମାଜିକ କର୍ମୀଙ୍କୁ ଚୁପ୍ କରାଇବାକୁ ରାସାୟନିକ ଅସ୍ତ୍ର ପ୍ରୟୋଗ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବାଲୋଚିସ୍ତାନ ଓ ସିନ୍ଧ୍‌ରେ ସାମାଜିକ କର୍ମୀଙ୍କୁ ଚୁପ୍ କରାଇବାକୁ ପାକିସ୍ତାନ ସେନା ରାସାୟନିକ ଅସ୍ତ୍ର ପ୍ରୟୋଗ କରୁଥିବା କଥା ବାଲୋଚ ଜାତୀୟ ନେତା ଡକ୍ଟର୍ ଆଲ୍ଲା ନାଜାର ବାଲୋଚ ଅଭିଯୋଗ କରିଛନ୍ତି। ସହିଦମାନଙ୍କ ଶବ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଉ ନ ଥିବାରୁ ପାକିସ୍ତାନ ରାସାୟନିକ ଅସ୍ତ୍ର ପ୍ରୟୋଗ କରୁଥିବା ସନ୍ଦେହ ହେଉଛି ବୋଲି ‘ନିଉଜ୍ ଇଣ୍ଟର୍‌ଭେନ୍‌ସନ୍ ପୋର୍ଟାଲ୍‌’ରେ ପ୍ରକାଶିତ ବିବୃତିରେ ଡକ୍ଟର ନାଜାର କହିଛନ୍ତି।

ଡକ୍ଟର ବାଲୋଚ କହିଛନ୍ତି ଯେ, ବାଲୋଚ ଲୋକଙ୍କ ଲାଗି ଏମିତି ରାଷ୍ଟ୍ରରେ ଜୀବନଯାପନ କରିବା ଚରମ ଅପମାନ ଏବଂ ଲଜ୍ଜା ବୋଲି ପାକିସ୍ତାନର ଏଭଳି ବର୍ବରତା ବିଶ୍ବାସକୁ ସୁଦୃଢ଼ କରୁଛି। ପ୍ରିୟପରିଜନଙ୍କ ଶବ ମାଗିବାରୁ ନିହତ ସାମାଜିକକର୍ମୀଙ୍କ ସମ୍ପର୍କୀୟମାନଙ୍କୁ ଧମକ ଦିଆଯାଉଛି।

Image Courtesy of DNA India

ପାକିସ୍ତାନ ସେନାକୁ ଏହି ରାସାୟନିକ ଓ ଜୈବିକ ଅସ୍ତ୍ରଶସ୍ତ୍ର ଚୀନ୍ ଯୋଗାଉଥିବା ଆଶଙ୍କା କରାଯାଉଛି। ଏହି ଅସ୍ତ୍ର ସବୁ ପରୀକ୍ଷାମୂଳକ ଅବସ୍ଥାରେ ଅଛି ନା, ପୂର୍ଣ୍ଣ ବିକଶିତ, ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟ ପ୍ରକାର ସନ୍ଦେହ ମଧ୍ୟ ଉପୁଜୁଛି ଯେ, ସ୍ବାଧୀନତା ପାଇଁ ସଂଗ୍ରାମ ଚଳାଇଥିବା ବାଲୋଚ ଏବଂ ସିନ୍ଧ୍‌ ଲୋକମାନଙ୍କୁ ଗୁପ୍ତରେ ଚୀନ୍ ପଠାଯାଇ ସେମାନଙ୍କ ଦେହରେ ପ୍ରସ୍ତୁତି ସ୍ତରରେ ଥିବା ରାସାୟନିକ ବା ଜୈବିକ ଅସ୍ତ୍ର ପରୀକ୍ଷଣ କରାଯାଉଛି। ଏଥିରେ ସେମାନଙ୍କର ମୃତ୍ୟୁ ଘଟୁଛି ଏବଂ ଜ୍ଞାତିପରିଜନ ସେମାନଙ୍କର ପତ୍ତା ପାଉନାହାନ୍ତି।

ସମ୍ବନ୍ଧିତ ଖବର