ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଉରି ସେକ୍ଟର୍ସ୍ଥିତ ନିୟନ୍ତ୍ରଣ ରେଖା ଠାରେ ଥିବା ଇଣ୍ଡିଆନ୍ ପୋଜିସନ୍ ଉପରକୁ ପାକିସ୍ତାନୀ ସେନା ଗୁଳି ଚଳାଇଥିଲେ।
ଏଥିରେ କେହି ମୃତାହତ ହୋଇ ଥିବାର ସୂଚନା ଏ ଯାବତ୍ ମିଳିନାହିଁ।
ସେନା ପକ୍ଷରୁ କୁହାଯାଇଛି ଯେ ଗତ ସନ୍ଧ୍ୟାରେ ଉରି ସେକ୍ଟର୍ ସ୍ଥିତ କମଳକୋଟ ଅଞ୍ଚଳରେ ପାକିସ୍ତାନୀ ସୈନ୍ୟମାନେ ଅଚାନକ ଗୁଳିଚଳାଇଥିଲେ।
ଭାରତୀୟ ଯବାନମାନେ ମଧ୍ୟ ଏହାର ଠିକଣା ଜବାବ ଦେଇଛନ୍ତି।
ରାତି ଦୁଇଟାବେଳକୁ ଆଉ ଗୁଳି ଶବ୍ଦ ଶୁଭି ନ ଥିଲା, କିନ୍ତୁ ରାତି ପାହିବା ପରେ ପୁଣି ପାକିସ୍ତାନୀ ସୈନିକସେମାନେ ଗୁଳି ଚଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/uuu.jpg)