ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଉରି ସେକ୍ଟର୍‌ସ୍ଥିତ ନିୟନ୍ତ୍ରଣ ରେଖା ଠାରେ ଥିବା ଇଣ୍ଡିଆନ୍‌ ପୋଜିସନ୍‌ ଉପରକୁ ପାକିସ୍ତାନୀ ସେନା ଗୁଳି ଚଳାଇଥିଲେ।

Advertisment

ଏଥିରେ କେହି ମୃତାହତ ହୋଇ ଥିବାର ସୂଚନା ଏ ଯାବତ୍‌ ମିଳିନାହିଁ।

ସେନା ପକ୍ଷରୁ କୁହାଯାଇଛି ଯେ ଗତ ସନ୍ଧ୍ୟାରେ ଉରି ସେକ୍ଟର୍‌ ସ୍ଥିତ କମଳକୋଟ ଅଞ୍ଚଳରେ ପାକିସ୍ତାନୀ ସୈନ୍ୟମାନେ ଅଚାନକ ଗୁଳିଚଳାଇଥିଲେ।

ଭାରତୀୟ ଯବାନମାନେ ମଧ୍ୟ ଏହାର ଠିକଣା ଜବାବ ଦେଇଛନ୍ତି।

ରାତି ଦୁଇଟାବେଳକୁ ଆଉ ଗୁଳି ଶବ୍ଦ ଶୁଭି ନ ଥିଲା, କିନ୍ତୁ ରାତି ପାହିବା ପରେ ପୁଣି ପାକିସ୍ତାନୀ ସୈନିକସେମାନେ ଗୁଳି ଚଳାଇଥିଲେ।