ନୂଆଦିଲ୍ଲୀ: ପୁଣି ଫାୟାରିଂ କଲା ପାକିସ୍ତାନ । ଏଲଓସିରେ ପାକିସ୍ତାନୀ ସେନାଙ୍କ ପକ୍ଷରୁ ଗୁଳିମାଡ଼ । ଲଗାତାର ଭାବେ ଗୁଳିମାଡ କରି ଆସୁଛି ପାକିସ୍ତାନ । ଗତ ୩ ଦିନ ହେବ ଏଲଓସିର ବିଭିନ୍ନ ସ୍ଥାନରେ ଗୁଳିମାଡ କରୁଛି ପାକିସ୍ତାନ । ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି କି ପାକିସ୍ତାନ ଭୟଭୀତ ଅଛି । ଆଉ ଭାରତ ଆକ୍ସନ ପରେ ଛାନିଆ ହୋଇ ନିଜ ସେନା ଦ୍ବାରା ଆଗୁଆ ଗୁଳିମାଡ କରୁଛି ।
ତେବେ ତାଜା ଖବର ଅନୁସାରେ କୁପୱାଡା ଏବଂ ପୁଞ୍ଚ ସେକ୍ଟର ପୋଷ୍ଟ ଉପରେ ଗୁଳିମାଡ କରିଥିବା ସୂଚନା ମିଳିଥିବା ବେଳେ ଏହାର କଡା ଯବାବ ଦେଇଛନ୍ତି ଭାରତୀୟ ଯବାନ । ଲଗାତାର ୫ମ ଥର ପାଇଁ ପାକିସ୍ତାନ ଫାୟାରିଂ କରିଛି ।
ସେପଟେ ଭାରତ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଦେଖାଉଥିବାରୁ ବିଳିବିଳେଇ ହୋଇ ଏମିତି ଗୁଳିମାଡ କରୁଛି ପାକିସ୍ତାନ । ଜଳ ସ୍ଥଳ ଆକାଶରେ ଭାରତ କଡା ଆଭିମୁଖ୍ୟ ଦେଖାଇବା ପରେ ପାକିସ୍ତାନ ହାତରେ ଆଉ କିଛି ନାହିଁ । ଅନ୍ୟପଟେ ବିଭିନ୍ନ ବଡ଼ ବଡ଼ ରାଷ୍ଟ୍ରମାନେ ମଧ୍ୟ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଯେତେବେଳେ ଭାରତକୁ ସମର୍ଥନ ଜଣାଉଛନ୍ତି ସେତେବେଳେ ଏକାକୀ ପଡିଯାଇଛି ପାକିସ୍ତାନ । ଆଉ ରାଗ ସୁଝାଇବାକୁ ଯାଇ ଏଲଓସିରେ ଗୁଳିମାଡ କରୁଛି । ଭାରତର ୱାଟର ଷ୍ଟ୍ରାଇକ୍, ଡିଜିଟାଲ ଷ୍ଟ୍ରାଇକ୍ ଏବଂ କୂଟନୈତିକ ସ୍ତରରେ ପ୍ରହାର ପରେ ଏବେ ପାକିସ୍ତାନରେ ହାହାକାର ପରିସ୍ଥିତି ଦେଖା ଦେଇଛି ।